Masthead

ବରଗଡ଼ ବନ୍ଦ, ପୋଲିସ ସହ ଧସ୍ତାଧସ୍ତି

ବରଗଡ଼ (ବଡ଼ ଖବର ବ୍ୟୁରୋ): ଆଜି ୧୨ ଘଂଟିଆ ବରଗଡ଼ ସହର ବନ୍ଦ । କୁର୍ଲା ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ସବୁ ଦୋକାନ ବନ୍ଦ ରହିବ । ସଚେତନ ନାଗରିକ ମଂଚ ସହ ବିରୋଧୀଙ୍କ ପକ୍ଷରୁ ବନ୍ଦ ଡାକରା । ଟାଉନରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ । କେବଳ ଅତ୍ୟାବଶ୍ୟକ ଜରୁରୀ ସେବା କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି । ବରଗଡ଼ ପୋଲିସର ଅବହେଳା , ଘଟଣାକୁ ଆଠ ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ କୁ ଧରି ପାରିନାହିଁ ପୋଲିସ ।

ଗତ କାଲି ମୁଖ୍ୟ ଅଭିଯୁକ୍ତକୁ ଫେରାର କରାଇବାରେ ସହଯୋଗ କରିଥିବା ୩ ଜଣ ଅଭିଯୁକ୍ତ ଙ୍କୁ ବରଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ବନ୍ଦ ପାଳନରେ ସଚେତନ ନାଗରିକ ମଞ୍ଚ ସହ ବିରୋଧୀ ସାମିଲ ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କରାଯାଇଥିବା ଆହ୍ୱାନ ମୁତାବକ ବରଗଡର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରି ରାସ୍ତାରୋକ ମଧ୍ୟ କରାଯାଇଛି । ବରଗଡ଼ ରାୟପୁର ଜାତୀୟ ରାଜପଥରେ ଶହ ଶହ ଗାଡି ମଟର ଅଟକି ରହିଛି ।

ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖୁବ୍ ଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ପୀଡ଼ିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ବିଭିନ୍ନ ସଙ୍ଗଠନ । ସେପଟେ ୧୨ ଘଣ୍ଟିଆ ବରଗଡ଼ ସହର ବନ୍ଦ ପାଳନ ବେଳେ ଅପ୍ରୀତିକର ସ୍ଥିତି ଦେଖାଦେଇଛି । କୋର୍ଟ ସମ୍ମୁଖରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । କୋର୍ଟ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ