Masthead

ଆଜିଠୁ ପୁଣି କମିବ ଦିନ ଓ ରାତି ତାପମାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ କମିବ ଦିନ ଓ ରାତି ତାପମାତ୍ରା । ରାତିରେ ପୁଣି ଶୀତ ଅନୁଭୂତ ହେବ । ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧ ତାରିଖ ବେଳକୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ତେଲଙ୍ଗାନା, ମହାରାଷ୍ଟ୍ରରେ ଗରମ ଅଧିକ ରହୁଥିଲା । ସେ ପାଖରୁ ଓଡ଼ିଶାକୁ ପବନ ଆସୁଥିଲା । ଏଥିପାଇଁ ଦିନ ତାପମାତ୍ରା ଅଧିକ ରହୁଥିଲା । ଆଜିଠାରୁ ଗୁରୁଚାପ ଦୁର୍ବଳ ହୋଇଯାଇଛି । ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବ । ଏଥିପାଇଁ ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ ବୋଲି ସେ କହିଛନ୍ତି । ୨୮ ଯାଏ ତାତି କମ୍‌ ରହିବ । କୁହୁଡ଼ିର ପ୍ରଭାବ କମିବ । ୨୯ ଓ ୩୦ ତାରିଖରୁ ପୁଣି ଥରେ ଘନ କୁହୁଡ଼ି ଆରମ୍ଭ ହେବ ।

ଆସନ୍ତା ୪ ଦିନ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ ଓ ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ତାତି ପୁଣି ରେକର୍ଡ କରିଛି । କୋରାପୁଟରେ ସପ୍ତାହରେ ଦୁଇ ଥର ପାଇଁ ସର୍ବକାଳୀନ ରେକର୍ଡ ତାତି ଅନୁଭୂତ ହୋଇଛି । ପାରଳାଖେମୁଣ୍ଡିରେ ବି ତାତି ୩୪ ଡିଗ୍ରୀ ସେଲସିୟସ୍‌ ପାର୍‌ ହୋଇଛି । ଜାନୁଆରୀ ମାସ ନ ସରୁଣୁ ରାଜ୍ୟରେ ତାତି ଏବେ ଡରାଇବା ଆରମ୍ଭ କଲାଣି । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୫.୧ ଡିଗ୍ରୀରୁ ଅଧିକ ଥିଲା ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ