Masthead

ଆଜିଠୁ ପୁଣି କମିବ ଦିନ ଓ ରାତି ତାପମାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ କମିବ ଦିନ ଓ ରାତି ତାପମାତ୍ରା । ରାତିରେ ପୁଣି ଶୀତ ଅନୁଭୂତ ହେବ । ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧ ତାରିଖ ବେଳକୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ତେଲଙ୍ଗାନା, ମହାରାଷ୍ଟ୍ରରେ ଗରମ ଅଧିକ ରହୁଥିଲା । ସେ ପାଖରୁ ଓଡ଼ିଶାକୁ ପବନ ଆସୁଥିଲା । ଏଥିପାଇଁ ଦିନ ତାପମାତ୍ରା ଅଧିକ ରହୁଥିଲା । ଆଜିଠାରୁ ଗୁରୁଚାପ ଦୁର୍ବଳ ହୋଇଯାଇଛି । ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବ । ଏଥିପାଇଁ ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ ବୋଲି ସେ କହିଛନ୍ତି । ୨୮ ଯାଏ ତାତି କମ୍‌ ରହିବ । କୁହୁଡ଼ିର ପ୍ରଭାବ କମିବ । ୨୯ ଓ ୩୦ ତାରିଖରୁ ପୁଣି ଥରେ ଘନ କୁହୁଡ଼ି ଆରମ୍ଭ ହେବ ।

ଆସନ୍ତା ୪ ଦିନ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ ଓ ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ତାତି ପୁଣି ରେକର୍ଡ କରିଛି । କୋରାପୁଟରେ ସପ୍ତାହରେ ଦୁଇ ଥର ପାଇଁ ସର୍ବକାଳୀନ ରେକର୍ଡ ତାତି ଅନୁଭୂତ ହୋଇଛି । ପାରଳାଖେମୁଣ୍ଡିରେ ବି ତାତି ୩୪ ଡିଗ୍ରୀ ସେଲସିୟସ୍‌ ପାର୍‌ ହୋଇଛି । ଜାନୁଆରୀ ମାସ ନ ସରୁଣୁ ରାଜ୍ୟରେ ତାତି ଏବେ ଡରାଇବା ଆରମ୍ଭ କଲାଣି । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୫.୧ ଡିଗ୍ରୀରୁ ଅଧିକ ଥିଲା ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି