Masthead

ସେବାୟତଙ୍କୁ ମିଳିଲା ସହାୟତା 

 

 

ତିର୍ତ୍ତୋଲ,(ବଡ଼ ଖବର ବ୍ୟୁରୋ): କରୋନା କଟକଣା ପଇଁ ବନ୍ଦ ରହିଛି ମନ୍ଦିର  । ଠାକୁରଙ୍କ ନୀତିକାନ୍ତି ବ୍ୟତୀତ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯଇଛି  । ଏବଳି ସ୍ଥିତିରେ ସେବାୟତମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି  । ଏଥିରୁ ବାଦ ପଡିନହାନ୍ତି ପ୍ରସିଦ୍ଧ ଝଙ୍କଡବାସିନୀ ସାରଳା ପୀଠର ସେବାୟତମାନେ  ।  ୯ମାସ ହେବ ମନ୍ଦିର ବନ୍ଦ ଥିବାରୁ ପରିବାର ଚଳାଇବା ଏବେ ସେମାନଙ୍କ ପାଇଁ କଷ୍ଟକର । ଏଭଳି ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଦିତ୍ୟ ବାହିନୀ । ଗୁରୁବାର ୨୫୦ ସେବାୟତଙ୍କ ପରିବାରୁ ଆଦିତ୍ୟ ବହିନୀ  ଓ ପାରାଦୀପ ଇଫକୋ ତରଫରୁ କିଛି ରାସନ ସାମଗ୍ରୀ ସହ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଛି  । ଏହି କାର୍ୟ୍ୟକ୍ରମରେ ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ସଚିବ ମାତୃ ପ୍ରସାଦ ମିଶ୍ର, ଓଡ଼ିଶା ମହାସଚିବ ଶୁଭେନ୍ଦୁ ସ୍ୱାଇଁ, ଜଗତସିଂହପୁର କ୍ଷେତ୍ରୀୟ ସଂପାଦକ ବିଜୟ ସ୍ୱାଇଁ, କଟକ କ୍ଷେତ୍ରୀୟ ସଂପାଦକ ଲିଙ୍ଗରାଜ ପତି, ଇଫକୋର ସୂଚନା ଏବଂ ଲୋକସମ୍ପର୍କ  ଅଧିକାରୀ  ପ୍ରସନ୍ନ ବେହେରା, ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ, ସଂଯୋଜକ ମାନସ ରଞ୍ଜନ ସ୍ବାଇଁ, ମାନବ ଅଧିକାର ସଂପାଦକ ସୁଶାନ୍ତ ଦାସ, ଇଞ୍ଜିନିୟର ଅମ୍ବିକା ମହାନ୍ତି, ହରେକୃଷ୍ଣ ରାଉଳ, ସୁଦାମ ଚରଣ ରାଉଳ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା