Masthead

ଆଜିଠୁ ବଜେଟ୍ ଅଧିବେଶନ; କାଲି ଖୋଲିବ ଅର୍ଥମନ୍ତ୍ରୀଙ୍କ ପେଡ଼ି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ଏହା ପରେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ବସିବ । ଉଭୟ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫ ଆଗତ କରିବେ । ଫେବ୍ରୁଆରୀ ପହିଲାରେ ଅର୍ଥମନ୍ତ୍ରୀ ସଂସଦରେ ସାଧାରଣ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ କରିବେ । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଘରୋଇ ଅର୍ଥ ବ୍ୟବସ୍ଥା କିଭଳି ଥିଲ। ତାହା ନେଇ ଏକ ମୂଲ୍ୟାୟନ ତଥ୍ୟ ସ୍ଥାନ ପାଇବ । ବଜେଟ୍‌ ଅଧିବେଶନରେ ସର୍ବମୋଟ୍ ୨୭ଟି ବୈଠକ ରହିବ । ପ୍ରଥମ ଭାଗରେ ୯ଟି ଓ ଦ୍ୱିତୀୟ ଭାଗରେ ୧୮ଟି ରହିବ । ଏଥର ବଜେଟ୍‌ ଅଧିବେଶନରେ କେନ୍ଦ୍ର ସରକାର ୧୬ଟି ବିଲ୍‌ ଆଣିପାରନ୍ତି ।

ସେଥିମଧ୍ୟରୁ ୱାକଫ୍‌ ସଂଶୋଧନ ବିଲ୍‌ ସମେତ ୧୨ଟି ବିଲ୍‌କୁ ଗତବର୍ଷ ମୌସୁମୀ ଓ ଶୀତ ଅଧିବେଶନରେ ଅଣାଯାଇଥିଲା । ୪ଟି ନୂଆ ବିଲ୍‌ ମଧ୍ୟରେ ଫାଇନାନ୍ସ ବିଲ୍‌, ୨୦୨୫ ବ୍ୟତୀତ ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟ ଇନ୍‌ ଏୟାରକ୍ରାଫ୍ଟ ଅବଜେକ୍ଟସ, ତ୍ରିଭୁବନ ସହକାରୀ ୟୁନିଭର୍ସିଟି ଓ ଇମିଗ୍ରେସନ୍‌ ଆଣ୍ଡ ଫରେନର୍ସ ବିଲ୍‌ ଅନ୍ତର୍ଭୁକ୍ତ । ପୁରୁଣା ବିଲ୍‌ ମଧ୍ୟରୁ ୱାକଫ୍‌ ସଂଶୋଧନ ବିଲ୍‌ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗତ ବର୍ଷ ଅଗଷ୍ଟ ୮ରେ ସଂସଦରେ ଉପସ୍ଥାପନ କରାଯାଇଥିଲା । ବଜେଟ୍‌ ଅଧିବେଶନ ପୂର୍ବରୁ ଗୁରୁବାର କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୩୬ଦଳର ୫୨ ପ୍ରତିନିଧି ସାମିଲ୍ ହୋଇଥିଲେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍‌ ମୁରୁଗାନଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, ଦଳୀୟ ସାଂସଦ ଗୌରବ ଗୋଗୋଇ, ସପା ସାଂସଦ ରାମଗୋପାଳ ଯାଦବ ପ୍ରମୁଖ ସାମିଲ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି