ୱାୟନାଡରେ ହୋଇପାରେ ସାନି ନିର୍ବାଚନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ନ୍ୟାାୟିକ ବ୍ୟବସ୍ଥାରେ ଛନ୍ଦି ହୋଇପଡ଼ିଛନ୍ତି । ସଙ୍କଟରେ ତାଙ୍କ ଲୋକସଭା ସଦସ୍ୟ ପଦ । ରାହୁୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜା ଶୁଣାଇଛନ୍ତି ସୁରଟ କୋର୍ଟ । କଂଗ୍ରେସ ମାନହାନିର ଏକ ମାମଲାକୁ ଏକ ବଡ଼ ରାଜନୈତିକ ପ୍ରସଙ୍ଗ କରି ବିରୋଧୀଙ୍କୁ ଏକାଠି କରି ଜନତାଙ୍କ ନିକଟକୁ ଯିବାକୁ ନିଷ୍ପତ୍ତି ନେଇଛି । ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ହେବା ପରେ କଂଗ୍ରେସ ଶିବିରରେ ଭାଲେଣି ପଡ଼ିଯାଇଛି । ଜନପ୍ରତିନିଧି ଆଇନ ୧୫୧ ଧାରା ୮ (୩) ଅନୁଯାୟୀ ଯଦି ଜଣେ ସାଂସଦ ବା ବିଧାୟକଙ୍କୁ କୋର୍ଟ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ କରନ୍ତି, ଏବଂ ତାଙ୍କୁ ୨ ବର୍ଷ ଅଥବା ତା ଠାରୁ ଅଧିକ ଦିନ ଜଲ୍ ଦଣ୍ଡାଦେଶ ମିଳେ ତେବେ ସାଙ୍ଘାତିକ ।

ସଂପୃକ୍ତ ସାଂସଦ ବା ବିଧାୟକ ସଦସ୍ୟତା ପଦ ହରାଇବେ । ଖାଲି ସେତିକି ନୁହେଁ ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ । ଆଇନରେ ବ୍ୟବସ୍ଥା ଅଛି ଯଦି ସେ ଉପର କୋର୍ଟରୁ ଦଣ୍ଡାଦେଶ ଉପରେ ରହିତାଦେଶ ଆଣନ୍ତି ତେବେ ସଦସ୍ୟତା ବଜାୟ ରହିପାରିବ । ପୂର୍ବ ପ୍ରଚଳିତ ଜନ ପ୍ରତିନିଧି ଆଇନ ୧୮୫୧ ଧାରା ୮(୪) ଅନୁସାରେ ଦୋଷୀ ସାଂସଦ କିମ୍ବା ବିଧାୟକଙ୍କ ସଦସ୍ୟତା ତୁରନ୍ତ ଖାରଜ ହେବ ନାହିଁ । କିନ୍ତୁ ସେମାନଙ୍କ ପାଖରେ ୩ ମାସ ସମୟ ରହିବ । ଏହି ସମୟ ମଧ୍ୟରେ ସେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଆବେଦନ କଲେ ଶୁଣାଣି ଶେଷ ନହେବା ଯାଏଁ ସଦସ୍ୟତା ବଜାୟ ରହିବ । ଯଦି ୩ ମାସ ମଧ୍ୟରେ ଆବେଦନ କରିବେ ନାହିଁ ତେବେ ତାଙ୍କ ସଦସ୍ୟତା ଚାଲି ଯିବ ।

୨୦୧୩ ଜୁଲାଇରେ ଲିଲି ଥୋମାସ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟ ଜନପ୍ରତିନିଧି ଆଇନ ୧୫୧ ଧାରା ୮(୪) ଅଧିନରେ ମିଳୁଥିବା ଆଶ୍ୱସ୍ତିକୁ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲେ । ସୁପ୍ରିମକୋର୍ଟ କହିଥିଲେ ଯଦି ସାଂସଦ କିମ୍ବା ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି ତାଙ୍କୁ ୨ ବର୍ଷ କିମ୍ବା ତାଠାରୁ ଅଧିକ ସମୟ ଜେଲ ଦଣ୍ଡ ଦିଆଯାଉଛି, ତେବେ ଦୋଷୀ ସାବ୍ୟସ୍ତ ହେବା କ୍ଷଣି ତାଙ୍କର ସଦସ୍ୟତା ଚାଲିଯିବ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ପ୍ରଯୁଯ୍ୟ । ତେଣୁ ରାହୁଲଙ୍କ ସାଂସଦ ପଦ ଚାଲି ଯାଇପାରେ ।

ରାହୁଲଙ୍କୁ ଅଯୋଗ୍ୟ ଘୋଷିତ ପାଇଁ ଲୋକସଭା ବାଚସ୍ପତିଙ୍କ ନିକଟରେ ବିଜେପି ଅଭିଯୋଗ କରିପାରେ । ଲୋକସଭା ସଚିବାଳୟ ନେବ କାର୍ଯ୍ୟାନୁଷ୍ଠାନ । କେରଳର ୱାୟନାଡ ଲୋକସଭା ଆସନ ଖାଲି ହେବା ଏବଂ ସାନି ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ କହିପାରନ୍ତି । ଉପରକୋର୍ଟରୁ ରାହୁଲଙ୍କ ଦଣ୍ଡାଦେଶ ଉପରେ ଯଦି ରୋକ ନ ଲାଗିବ ତେବେ ତାଙ୍କ ସଦସ୍ୟ ପଦ ରଦ୍ଦ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ