Masthead

ଅନଲାଇନ ବେଟିଂ ଗେମର ପର୍ଦ୍ଦାଫାଶ, ୫ ଗିରଫ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): କଣ୍ଟାବାଞ୍ଜିରେ ଅନଲାଇନ ବେଟିଂ ଗେମର ପର୍ଦ୍ଦାଫାଶ । ଘଟଣାରେ ୫ ଜଣକୁ ଗିରଫ କରିବାରେ ସଫଳ ହୋଇଛି କଲା କଣ୍ଟାବାଞ୍ଜି ପୋଲିସ। ଏଥିସହ ୩ଟି ଲ୍ୟାପଟପ୍, ବ୍ୟାଙ୍କ ପାସବୁକ୍ ଓ ୨୦ ମୋବାଇଲ ଜବତ ହୋଇଛି । ପୋଲିସ ଅନୁସାରେ କଣ୍ଟାବାଞ୍ଜିର ବଣ୍ଟି ଗୁପ୍ତା ନାମକ ଜଣେ ସାମ୍ବାଦିକଙ୍କ ଘରେ ଅନଲାଇନ ବେଟିଂ ଗେମ୍ ଚାଲିଥିଲା । ଅଭିଯୁକ୍ତମାନେ ବଣ୍ଟିଙ୍କ ଘରକୁ ଭଡାରେ ନେଇ ସେଠାରେ ଅନଲାଇନ ବେଟିଂ ଚଳାଇଥିଲେ । ପୋଲିସ ଖବର ପାଇ ସେଠାରେ ପହଂଚି ଚଢ଼ାଉ କରିଥିଲା ।

ଘଟଣାରେ ୫ ଜଣକୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ହିତୁ ଜୈନ ଫେରାର୍ ହୋଇଯାଇଛି । କେବଳ କଣ୍ଟାବାଞ୍ଜି ନୁହେ ରାଜ୍ୟ ବାହାରେ ମଧ୍ୟ ଅନଲାଇନ ବେଟିଂ ଚାଲିଥିବା ଜଣାପଡ଼ିଛି । ସେପଟେ ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ହେଲେ ଫେରାର୍ ହିତୁ ଜୈନ ଓ ଘର ମାଲିକ ତଥା ସାମ୍ବାଦିକ ବଣ୍ଟି ଗୁପ୍ତା ଉପରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଇଛି ସେ ଉପରେ ସମସ୍ତଙ୍କ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ