Masthead

ପୁଣି ମୋ ବସ୍ ନେଲା ମୁଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ପୁଣି ମୁଣ୍ଡ ନେଲା ମୋ ବସ୍ । ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ । କାଲି ରାତିରେ ପାତ୍ରପଡ଼ା ନିକଟରେ ଦୁର୍ଘଟଣା । ମୋ ବସ୍‌ ଧକ୍କାରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ । ମୋ ବସ୍‌ ଜବତ, ସ୍ଥାନୀୟ ଲୋକଙ୍କ ବସ୍‌ ଭଙ୍ଗାରୁଜା । ବେପରୁଆ ଗାଡି ଚାଳନା ପାଇଁ ଚାଲିଗଲା ମହିଳାଙ୍କ ଜୀବନ । ପାତ୍ରପଡାରେ ସିରିଜ ଦୁର୍ଘଟଣା ଘଟାଇ ଖସି ପଳାଉ ଥିବା ବେଳେ ମାଡି଼ବସିଲେ ଲୋକେ ।

ଦୁର୍ଘଟଣା ଘଟାଇବା ପରେ ଗୋଟିଏ ବାଇକ୍‌କୁ ପ୍ରାୟ ୨ କିଲୋମିଟର ଘୋଷାଡ଼ି ନେଲା ବସ୍‌ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ବସ ଡ୍ରାଇଭର ସହ ବସକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ମୋ ବସ ଡ୍ରାଇଭର ମଦ୍ୟପାନ କରିଥିଲେ କି ନାହିଁ ସେନେଇ ଯାଞ୍ଚ କରୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ