Masthead

ଦୁଇ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ଦୁଇ ଦିନ ପାଣିପାଗରେ ହେବ ପରିବର୍ତ୍ତନ । ରାଜ୍ୟରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଯାହାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୯ ଓ ୨୦ରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ରେ ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜ ସମେତ କେନ୍ଦୁଝର ଏବଂ ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ଶୁକ୍ରବାର ଅନୁଗୁଳରେ ଦିନ ତାପମାତ୍ରା ସର୍ବାଧିକ ୩୪.୭ ଡିଗ୍ରୀ ରେକର୍ଡ ହୋଇଥିଲା । ଖୋର୍ଦ୍ଧାରେ ୩୪.୫ ଡିଗ୍ରୀ,ଝାରସୁଗୁଡ଼ାରେ ୩୪.୨, ବୌଦ୍ଧରେ ୩୩.୫, ଭବାନୀପାଟଣା ଓ ନୟାଗଡ଼ରେ ୩୩ ଡିଗ୍ରୀ ରେକର୍ଡ ହୋଇଥିଲା । ରାଉରକେଲାରେ ରାତି ତାପମାତ୍ରା ସବୁଠୁ କମ୍‌ ବା ୯.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ୧୦.୨, ଫୁଲବାଣୀରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, କେନ୍ଦୁଝରରେ ୧୩.୮ ଡିଗ୍ରୀ ରହିଥିଲା । ଅନ୍ୟପଟେ ଆସନ୍ତା ତିନି ଦିନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ଆକଳନ କରାଯାଇଛି । ସେହିଭଳି ୨ ଦିନ ପରେ ରାତି ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ