Masthead

ପୋଲିସ ଅବହେଳାରୁ ରମେଶଙ୍କ ହେଲା କି ମୃତ୍ୟୁ ?

ଯାଜପୁର (ବଡ଼ ଖବର ବ୍ୟୁରୋ): ପୋଲିସର ଅବହେଳା ପାଇଁ ଯୁବକଙ୍କ ମୃତ୍ୟୁ । ଯାଜପୁର ମଙ୍ଗଳପୁର ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମଙ୍ଗଳପୁର ଥାନା ଦତ୍ତପୁର ଦେୱାନପାଟଣା ଗାଁର ରମେଶ ପରିଡ଼ା ନାମକ ଜଣେ ଯୁବକ ଏକ ଫାଷ୍ଟ ଫୁଡ ଦୋକାନରେ କାମ କରୁଥିଲେ । ଗତ ୨୩ ତାରିଖରେ ରମେଶ ଘରୁ ଦୋକାନ ଯିବାକୁ କହି ବାହାରିଥିଲେ । କିନ୍ତୁ ପାଖ ଗାଁର କିଛି ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରଥିଲେ ।

ଏହି ମାମଲାରେ ରମେଶ କ୍ଷତବିକ୍ଷତ ହୋଇଥିଲେ ସୁଦ୍ଧା ପୋଲିସ ଓଲଟା ରମେଶଙ୍କୁ ଗିରଫ କରିଥିଲେ । ତେବେ ଗିରଫ କରବା ପରେ ରମେଶଙ୍କ ସ୍ୱାସ୍ଥ୍ୟ ପରିକ୍ଷା ନକରି ଏକ ଚୋରି ମାମଲାରେ କୋର୍ଟ ଚାଲାଣ କରିଥିଲେ । ଫଳରେ ରମେଶଙ୍କ ଦେହ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲା । ରମେଶଙ୍କୁ ଯାଜପୁର ପୋଲିସ ପ୍ରଥମେ ଯାଜପୁର ମେଡିକାଲ ଓ ପରେ କଟକ ଏସସିବିକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ରମେଶଙ୍କ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରିଛନ୍ତି ତାଙ୍କ ପରିବାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ