Masthead

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା, ପୁଣି ଖୋଲିବ ଫାଇଲ୍

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ନୂଆମୋଡ଼। ୩୪ ମାସ ପରେ ପୁଣି ଖୋଲିବ ଫାଇଲ।ଉତ୍ତରାଞ୍ଚଳ ଆଉଜିଙ୍କୁ ନିଦେ୍ର୍ଦଶ ଦେଲେ ପୋଲିସ ଡିଜି। ନିରପେକ୍ଷ ତଦନ୍ତ ସହ ନ୍ୟାୟ ମାଗିଲେ ଲଳିତଙ୍କ ବାପା ବେଲାଲସେନ ସାହୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଡେଙ୍ଗବୋରେଇ ଗାଁର ଲଳିତ ସାହୁ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ରହୁଥିବା ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ରୋଷଇ କରୁଥିଲେ କିନ୍ତୁ ଗତ ୧୭ ଏପ୍ରିଲ ୨୦୨୨ ସଂଧ୍ୟାରେ ତାଙ୍କ ଝୁଲନ୍ତା ମୃତଦେହ ମନ୍ତ୍ରୀଙ୍କ ସରକାରୀ ବାସ ଭବନରୁ ମିଳିଥିଲା। ଅନ୍ୟପଟେ ଭାଇରାଲ୍ ହୋଇଥିଲା ଲଳିତଙ୍କ ବାପାଙ୍କ ଭିଡିଓ। ଯେଉଁଥିରେ ସେ କହୁଛନ୍ତି, ମୃତ୍ୟୁ ପୂର୍ବରୁ ୭/୮ ଦିନ ଧରି ପୁଅ ମାନସିକ ଚାପରେ ରହୁଥିଲେ। ପୁଅର ମାନସିକ ଅବସ୍ଥା ଦେଖି ଗାଁକୁ ଫେରି ଆସିବାକୁ କହିଥିଲେ ଲଳିତଙ୍କ ବାପା। କିନ୍ତୁ, ଲଳିତ ରାଜି ହୋଇନଥିଲେ। ଦୁର୍ଭାଗ୍ୟକୁ ଝାରସୁଗୁଡ଼ା ସରବାହାଲରେ ଝୁଲନ୍ତା ଅବସ୍ଥାରେ ଲଳିତଙ୍କ ମିଳିଥିଲା ମୃତଦେହ। ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ମାନସିକ ଚାପରେ ଥିଲେ ଲଳିତ ସାହୁ? କିଏ ତାଙ୍କୁ ଏଭଳି ମାନସିକ ଚାପ ଦେଲା ଯେ, ଜୀବନ ହାରିବା ଯାଏଁ କଥା ଗଲା? ରାତାରାତି ବ୍ୟବଚ୍ଛେଦ ପଛର ଉଦ୍ଦେଶ୍ୟ କଣ?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼