Masthead

ଆତଙ୍କୀଙ୍କୁ ମାତ ଦେବା ପାଇଁ ଚାଲିଛି ସମରାଭ୍ୟାସ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀଙ୍କୁ ମାତ୍ ଦେବା ପାଇଁ ଚାଲିଛି ସମରାଭ୍ୟାସ । ସମୁଦ୍ର ପଥରେ ଆତଙ୍କୀଙ୍କ ପ୍ରବେଶକୁ କିପରି ରୋକାଯାଇପାରିବ ସେ ନେଇ ଚାଲିଛି ମକଡ୍ରିଲ । ଆଇଆରବି ଓ ମେରାଇନ ପୋଲିସ ମିଳିତ ଭାବେ ଏହି ମକଡ୍ରିଲ ଚଲାଇଛନ୍ତି । ଦୁଇଦିନିଆ ଏହି ମକଡ୍ରିଲର ଆଜି ହେଉଛି ଶେଷଦିନ । ରେଡ୍ ଓ ବ୍ଲ୍ୟୁ ନାମରେ ଦୁଇଟି ଟିମ ଗଠନ କରାଯାଇଛି । ରେଡ ଟିମ ଆତଙ୍କବାଦୀ ସାଜି ଉପକୂଳରେ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଏମାନଙ୍କୁ କାବୁ କରିବାର ରଣକୌଶଳ ପ୍ରଦର୍ଶନ କରୁଛି ବ୍ଲ୍ୟୁ ଟିମ୍ ।

୨୬/୧୧ ମୁମ୍ବାଇ ଆକ୍ରମଣ ପରେ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଇଥାଏ । ଚଳିତବର୍ଷ ୧୨ ପୋଲିସ କର୍ମଚାରୀଙ୍କ ସମେତ ୯ ଆଇଆରବି ଯବାନ ଏଥିରେ ସାମିଲ ହୋଇଛନ୍ତି । ଆଜି ଉଦଯାପନୀ ଦିବସରେ ଇନ୍ସପେକ୍ଟର ଦିଲୀପ ସ୍ୱାଇଁ, ମାଷ୍ଟର ପି.କେ. ରଣା, ମାଷ୍ଟର ପି.କେ. ଦାସ, ବି.ସି. ସ୍ୱାଇଁ, ଏସ.କେ. ପ୍ରଧାନ, ଇଞ୍ଜିନ ଡ୍ରାଇଭର ଜି. ସାହୁ ପ୍ରମୁଖ ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?