Masthead

ଆଜି ପଙ୍କୋଦ୍ଧାର ଏକାଦଶୀ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପବିତ୍ର ପଙ୍କୋଦ୍ଧାର ଏକାଦଶୀରେ ଦର୍ଶନ ଦେବେ ପ୍ରଭୁ ଶ୍ରୀଲୋକନାଥ । ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ଦ୍ୱାରା ଲାଗି ହୋଇଥିବା ପୂଜା ସାମଗ୍ରୀରେ ବୁଡି ରହିଥିବା ପ୍ରଭୁ ଶ୍ରୀଲୋକନାଥଙ୍କ ଗମ୍ଭୀରାରୁ ପଙ୍କୋଦ୍ଧାର ଓ ମାଘ ସ୍ନାନ କରାଯିବ।। କ୍ଷୀର, ସର, ଛାଚି, ଛେନା, କଦଳୀ, ଖଇକୋରା, ବେଲପତ୍ର, ଅରଖଫୁଲ, ମାନସିକ ରୂପ ଆଦି ସଫା କରାଯାଉଛି। ରାତ୍ର ୨ଟା ୩୦ରେ ଦ୍ୱାର ଖୋଲାଯାଇ ମଙ୍ଗଳଆଳତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ଗୋପାଳବଲ୍ଲଭ, ସକାଳ ଧୂପ ବଢ଼ିବା ପରେ ସକାଳ ୬ରୁ ପଙ୍କୋଦ୍ଧାର ନୀତି ଚାଲିଛି।

ନୀତି ଅନୁଯାୟୀ ସକାଳ ୪ଟାରୁ ୭ ଟା ଭିତରେ ପଙ୍କ କଢ଼ାଯାଇଛି । ପଙ୍କ କଢ଼ାଯିବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି । ମାନସିକଧାରୀ ଓ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମାନେ ଏହି ପଙ୍କୋଦ୍ଧାରରେ ସାମିଲ ହୋଇଥିଲେ । ସକାଳ ପ୍ରାୟ ୭ ଟାବେଳ ଠାରୁ ଏକାଦଶୀ ଦର୍ଶନର ସୌଭାଗ୍ୟ ପାଇଛନ୍ତି ଭକ୍ତମାନେ । ସେପେଟ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ବାବା ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି  ପାଇଁ ଲୋକନାଥ ମନ୍ଦିରରେ ଏହି  ନୀତି ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବେ । ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ  ବ୍ୟାପକ ବ୍ୟବସ୍ଥା କରିଛି । ଲୋକନାଥ ମନ୍ଦିର  ଭିତରେ ୨ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର୍‌,  ୩୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୫୨ ଜଣ  ହାବିଲ୍‌ଦାର୍‌ ଓ କନ୍‌ଷ୍ଟେବଳ, ୫୬ ଜଣ ହୋମ୍‌ଗାର୍ଡ,  ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି  ଲୋକନାଥ ମନ୍ଦିର ବାହାରେ ୨ ଜଣ ଇନ୍ସପେକ୍ଟର୍‌, ୨  ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୪ ଜଣ ହାବିଲ୍‌ଦାର  ଓ କନ୍‌ଷ୍ଟେବଳ, ୮ ଜଣ ହୋମଗାର୍ଡ, ୨ ସେକ୍ସନ  ଫୋର୍ସ ମୁତୟନ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ