Masthead

ଆଜିଠୁ ଦିଲ୍ଲୀ ବିଧାନସଭା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଧାନସଭା ଅଧିବେଶନ। ୩ ଦିନ ଧରି ଚାଲିବ ଏହି ଅଧିବେଶନ । ଆଜି ପ୍ରଥମ ଦିନରେ ବିଜେପି ବିଧାୟକ ଅରବିନ୍ଦର ସିଂ ଲଭଲିଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇବେ ଦିଲ୍ଲୀ ଉପରାଜ୍ୟପାଳ। ଏହାପରେ ଦିନ ୧୧ଟାରେ ସମସ୍ତ ବିଧାୟକ ଶପଥ ଗ୍ରହଣ କରିବେ । ଅପରାହ୍ଣ ୨ଟାରେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ ହେବ। ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତାଙ୍କୁ ବାଚସ୍ପତି କରିବାକୁ ପ୍ରସ୍ତାବ ଦେବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଏହାକୁ ବିଜେପି ବିଧାୟକ ମନଜିନ୍ଦର ସିଂ ସିର୍ସା ସମର୍ଥନ କରିବେ ।

ତେବେ ୨୫ ତାରିଖରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ । ଯାହାକୁ ନେଇ ସରଗରମ ରହିପାରେ ବିଧାନସଭା। ମଦ ମହାଦୁର୍ନୀତିରେ ୨ହଜାର କୋଟିରୁ ଅଧିକ ଟଙ୍କାର ଘୋଟଲା ଅଭିଯୋଗକୁ ନେଇ ଆପକୁ ଘେରିପାରନ୍ତି ଶାସକ ବିଜେପି ବିଧାୟକ।୨୫ ତାରିଖରେ ଉପରାଜ୍ୟପାଳ ଗୃହକୁ ସମ୍ବୋଧିତ କରିବା ପରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି। ସେପଟେ ଆପ୍ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିବାକୁ ଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ବିରୋଧୀ ଦଳ ନେତା ବଛାଯାଇଛି। ଦିଲ୍ଲୀର ପ୍ରଥମ ମହିଳା ବିରୋଧୀ ଦଳ ନେତା ବନିଛନ୍ତି ଆତିଶୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ