Masthead

କଳିଙ୍ଗ ଷ୍ଟାଡିୟମରେ ଗୋଲ୍ ବର୍ଷା; ହାରିଲା ଭାରତ

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଗୋଲ୍ ବର୍ଷାରେ ଭାରତ ଦୁଇ ଥର ଡୁବିଛି। ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ସନ୍ଧ୍ୟା ମୁକାବିଲାରେ ଭାରତୀୟ ମହିଳା ଦଳକୁ ଗତ ଥରର ବିଜେତା ନେଦରଲାଣ୍ଡସ ୪-୨ରେ ହରାଇଥିଲା। ରାତିରେ ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତୀୟ ପୁରୁଷ ଦଳକୁ ଇଂଲଣ୍ଡ ୩-୨ରେ ହରାଇଛି। ଏଥି ସହ ସୋମବାର ଖେଳାଯାଇଥିବା ୩ ମ୍ୟାଚରେ ମୋଟ ୨୧ ଗୋଲ୍ ଦେଖିବାକୁ ମିଳିଛି। ଖେଳାଯାଇଥିବା ପୁରୁଷ ବିଭାଗର ପ୍ରଥମ ମ୍ୟାଚ୍‌ରେ ଜର୍ମାନୀ ୮-୨ ଗୋଲ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା । ଭାରତୀୟ ପୁରୁଷ ଦଳ ସୋମବାର ମ୍ୟାଚରେ ଭଲ ଖେଳିଥିଲେ ମଧ୍ୟ ପ୍ରଭାବ ବିସ୍ତାର କରିପାରି ନଥିଲା। ଫଳରେ ହର୍ମନପ୍ରୀତ୍ ସିଂହଙ୍କ ଟିମ୍ ସପ୍ତମ ମ୍ୟାଚରୁ ତୃତୀୟ ପରାଜୟ ବରଣ କରିଛି। ଭାରତୀୟ ଦଳ ମ୍ୟାଚ୍‌ ସାରା ପଛରେ ରହି ୨-୩ରେ ହାରିଯାଇଥିଲା। ମ୍ୟାଚର ସମସ୍ତ ୫ଟି ଯାକ ଫିଲ୍ଡ ଗୋଲ୍ ଥିଲା।

ଘ‌ରୋଇ ଦଳ ପାଇଁ ୧୮ ମିନିଟ୍‌ରେ ଅଭିଷେକ ଓ ୩୯ତମ ମିନିଟରେ ସୁଖଜିତ୍ ସିଂହ ଗୋଲ୍ ଦେଇଥିଲେ। ଇଂଲଣ୍ଡ ପାଇଁ ୧୫ ମିନିଟ୍‌ରେ ଜ୍ୟାକବ୍ ପେଟନ୍‌ ଗୋଟିଏ ଗୋଲ୍ ଦେଇଥିବା ବେଳେ ପରବର୍ତ୍ତୀ ଦୁଇଟି ଦେଇଥିଲେ ଅଧିନାୟକ ସାମ୍ ୱାର୍ଡ । ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲଣ୍ଡ ୩-୧ରେ ଆଗୁଆ ଥିବା ବେଳେ ଦ୍ବିତୀୟାର୍ଦ୍ଧରେ ଗୋଟିଏ ବି ଗୋଲ୍ ଦେଇପାରି ନଥିଲା। ମହିଳା ଦଳ ଭଳି ଭାରତୀୟ ପୁରୁଷ ଦଳ ମଧ୍ୟ ସୋମବାର ୮ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ଗୋଟିଏ ବି ଗୋଲ୍ ପାଇ ନଥିଲା। ଇଂଲଣ୍ଡ ୪ଟି ପେନାଲ୍ଟି କର୍ଣ୍ଣରକୁ ବେକାର କରିଥିଲେ ମଧ୍ୟ ବାଜି ମାରିନେଇଥିଲା। ଭାରତର ପିସି ଅର୍ଜନ, ନେଦରଲାଣ୍ଡସର ଗୋଲ୍ । ଚଳିତ ଏଫ୍‌ଆଇଚ୍‌ ପ୍ରୋ ଲିଗରେ ଭାରତୀୟ ମହିଳା ଦଳ ସୋମବାର ଆଉ ଏକ ପରାଜୟ ବରଣ କରିଛି।

ନେଦରଲାଣ୍ଡସ ବିପକ୍ଷ ମୁକାବିଲାକୁ ସଲିମା ଟେଟେଙ୍କ ଦଳ ୨-୪ ଗୋଲରେ ହାରିଯାଇଛି। ଫଳରେ କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦଳ ସପ୍ତମ ମ୍ୟାଚରୁ ଚତୁର୍ଥ ପରାଜୟ ବରଣ କରିଛି। ଏହି ମ୍ୟାଚରେ ଏକ ପାଲଟା ଦିଶା ନଜରକୁ ଆସିଥିଲା। ଭାରତୀୟ ଦଳ ପେନାଲ୍ଟି କର୍ଣ୍ଣର ଅର୍ଜନ କରିବାରେ ଲାଗିଥିଲା। ନେଦରଲାଣ୍ଡସ କିନ୍ତୁ ଗୋଲ୍ ଦେଇ ଚାଲିଥିଲା। ଭାରତ ସମ୍ପୂର୍ଣ୍ଣ ମ୍ୟାଚ‌ରେ ୧୬ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ମାତ୍ର ଦୁଇଟିକୁ ଗୋଲରେ ପରିଣତ କରିପାରିଥିଲା। ଅନ୍ୟପକ୍ଷରେ ଭଲ ଗତିରେ ଖେଳୁଥିବା ନେଦରଲାଣ୍ଡସ ମାତ୍ର ୩ଟି ପେନାଲ୍ଟି କର୍ଣ୍ଣର ଅର୍ଜନ କରି ଏଥିରୁ ଗୋଟିଏ ଗୋଲରେ ପରିଣତ କରିଥିଲା। ଅନ୍ୟ ୩ଟି ଚମତ୍କାର ଫିଲ୍ଡ ଗୋଲ୍‌ ନେଦରଲାଣ୍ଡ୍‌ସକୁ ସମ୍ପୂର୍ଣ୍ଣ ୩ ପଏଣ୍ଟ୍‌ ପ୍ରଦାନ କରିଥିଲା। ଫଳରେ ଭାରତୀୟ ଦଳ ଭେଟେରାନ୍ ଗୋଲରକ୍ଷିକା ସବିତାଙ୍କ ୩୦୦ତମ ମ୍ୟାଚ୍‌ ଫିକା ପଡ଼ିଯାଇଥିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି