Masthead

ଅଭିଯୋଗ ପାଇଁ ୨୨ କିମି ଚାଲି ଚାଲି ଗଲେ ଜିଲ୍ଲାପାଳ ଅଫିସ୍

ବାରିପଦା (ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ୨୨ କିମି ବାଟ ଚାଲିଲେ ୧୧୬ ଜଣ ଛାତ୍ର । ମୟୂରଭଞ୍ଜ ବାସିପିଠା ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟରୁ ରାତି ୧୨ଟାରୁ ଚାଲି ଚାଲି ବାରିପଦା ଆସିଲେ ଶତାଧିକ ଛାତ୍ର । ହଷ୍ଟେଲ ରେ ଲାଗି ରହିଥିବା ବ୍ୟାପକ ଅବ୍ୟବସ୍ଥା ବିଷୟରେ ଅଭିଯୋଗ ପାଇଁ ଜିଲ୍ଲାପାଳ ନିକଟକୁ ଆସିଛନ୍ତି । ସୂଚନା ଅନୁସାରେ ଘଟଣା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ବିଳମ୍ବିତ ରାତ୍ରିରେ ହଷ୍ଟେଲ ପାଚେରୀ ଡେଇଁ ପାଖା ପାଖି ୨୨ କି.ମି ରାସ୍ତା ଅତିକ୍ରମ କରି ବାରିପଦାରେ ପହଞ୍ଚିଥିଲେ ଆଶ୍ରମସ୍କୁଲର ଶତାଧିକ ଅନ୍ତେବାସୀ । ଜିଲ୍ଲାପାଳଙ୍କୁ ଭେଟିବେ ସମସ୍ୟା ଜଣାଇବେ । ହେଲେ ଜିଲ୍ଲାପାଳ ନଥିବାରୁ ଭିଡ଼ିଓ କଲ ମାଧ୍ୟମରେ ପିଲାମାନଙ୍କୁ ବୁଝା ସୁଝା କରାଯାଇଥିଲା । ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତେବାସୀଙ୍କୁ ବୁଝାଇବା ସହ ନିର୍ଭର ପ୍ରତିଶ୍ରୁତି ଦେଇ ପିଲାଙ୍କୁ ବସ୍ ଯୋଗେ ବିଦ୍ୟାଳୟ ଫେରାଇ ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ