Masthead

ବିଦ୍ୟାଳୟରେ ପରିସ୍ରା କରିଦେଲେ ବୋଲି…

ବାରିପଦା (ବଡ଼ ଖବର ବ୍ୟୁରୋ): ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲା ବୋଲି ଦିବ୍ୟାଙ୍ଗ ଯୁବତୀକୁ ନିର୍ଘାତ ମାଡ଼। ଭୁଲିଗଲେ ସୀମା ଓ ମାନସିକତା । ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼ ମାରି କରିଲେ ଗୁରୁତର। ଅଭିଯୋଗ ଅନୁସାରେ ଜଣେ ଛାତ୍ର ଅତି ନିର୍ଦ୍ଦୟ ଭାବେ ଯୁବତୀଙ୍କୁ ମାଡ଼ ମାରି ବେହାଲ କରିଛି। ଏଭଳି ଘଟଣା ଘଟିଛି ଉଦଳା ଥାନା ଭୀମତାଳି ହାଇସ୍କୁଲରେ।

ଉଦଳା ଥାନା ମଦନାପାଳ ଗ୍ରାମର ଯୁଗଳ ବେହେରାଙ୍କ ମାନସିକ ବିକାରଗ୍ରସ୍ତ ଝିଅ ଗତକାଲି ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହିତ ବିଦ୍ୟାଳୟକୁ ଯାଇଥିଲେ । ହେଲେ ମାନସିକ ବିକାରଗ୍ରସ୍ତ ହେତୁ ସେ ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରି ଦେଇଥିଲେ। ଯାହାକୁ ପରିଷ୍କାର କରିବା ନିମନ୍ତେ କିଛି ନବମ ଶ୍ରେଣୀ ଛାତ୍ର କହିଥିଲେ।

ହେଲେ ସେ ସଫା ନ କରିବାରୁ ଯୁବତୀଙ୍କୁ ଛାତ୍ରମାନେ ନିର୍ଘାତ ମାଡ଼ ମାରିଛନ୍ତି। ବାଡ଼ିରେ ଏପରି ମାଡ଼ ମାରିଛନ୍ତି ଯେ ଯୁବତୀଙ୍କ ପିଠିରେ ନୋଳା ବସିବା ସହିତ ଦେହ ସାରା ଦାଗ ଓ ଯନ୍ତ୍ରଣା ରହିଛି। ବିଦ୍ୟାଳୟ ଛାତ୍ରଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି ଯୁବତୀ। ଯାହାକୁ ନେଇ ଉଦଳା ଥାନାରେ ଏ ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼