ବିଦ୍ୟାଳୟରେ ପରିସ୍ରା କରିଦେଲେ ବୋଲି…

ବାରିପଦା (ବଡ଼ ଖବର ବ୍ୟୁରୋ): ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲା ବୋଲି ଦିବ୍ୟାଙ୍ଗ ଯୁବତୀକୁ ନିର୍ଘାତ ମାଡ଼। ଭୁଲିଗଲେ ସୀମା ଓ ମାନସିକତା । ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼ ମାରି କରିଲେ ଗୁରୁତର। ଅଭିଯୋଗ ଅନୁସାରେ ଜଣେ ଛାତ୍ର ଅତି ନିର୍ଦ୍ଦୟ ଭାବେ ଯୁବତୀଙ୍କୁ ମାଡ଼ ମାରି ବେହାଲ କରିଛି। ଏଭଳି ଘଟଣା ଘଟିଛି ଉଦଳା ଥାନା ଭୀମତାଳି ହାଇସ୍କୁଲରେ।

ଉଦଳା ଥାନା ମଦନାପାଳ ଗ୍ରାମର ଯୁଗଳ ବେହେରାଙ୍କ ମାନସିକ ବିକାରଗ୍ରସ୍ତ ଝିଅ ଗତକାଲି ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହିତ ବିଦ୍ୟାଳୟକୁ ଯାଇଥିଲେ । ହେଲେ ମାନସିକ ବିକାରଗ୍ରସ୍ତ ହେତୁ ସେ ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରି ଦେଇଥିଲେ। ଯାହାକୁ ପରିଷ୍କାର କରିବା ନିମନ୍ତେ କିଛି ନବମ ଶ୍ରେଣୀ ଛାତ୍ର କହିଥିଲେ।

ହେଲେ ସେ ସଫା ନ କରିବାରୁ ଯୁବତୀଙ୍କୁ ଛାତ୍ରମାନେ ନିର୍ଘାତ ମାଡ଼ ମାରିଛନ୍ତି। ବାଡ଼ିରେ ଏପରି ମାଡ଼ ମାରିଛନ୍ତି ଯେ ଯୁବତୀଙ୍କ ପିଠିରେ ନୋଳା ବସିବା ସହିତ ଦେହ ସାରା ଦାଗ ଓ ଯନ୍ତ୍ରଣା ରହିଛି। ବିଦ୍ୟାଳୟ ଛାତ୍ରଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି ଯୁବତୀ। ଯାହାକୁ ନେଇ ଉଦଳା ଥାନାରେ ଏ ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’