Masthead

ବିଜେଡି ସୁପ୍ରିମୋଙ୍କୁ ଚେତାଇ ଦେଲେ ନେତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେଡିରେ ନବୀନଙ୍କର କମୁଛି ଦବଦବା! ସଭାପତି ଥାଇ ବି ନୀରବ! ପରାଜୟ ପରେ ନେତା ଦେଉଛନ୍ତି ପରାମର୍ଶ । କିନ୍ତୁ ଗ୍ରହଣ କରିବାରେ କୁନ୍ଥୁକୁନ୍ଥୁ ନବୀନ! ୨୪ବର୍ଷ ସରକାରରେ ନେତାଙ୍କୁ କରିଥିଲେ ଅକାମୀ? ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତାଙ୍କୁ ନଥିଲା ଖାତିର । ଅଣଓଡ଼ିିÿଆ ପ୍ରେମରେ ବୁଡି ରହୁଥିଲେ ବିଜୁ ନନ୍ଦନ! ବାପାଙ୍କ ଛବିରେ ରାଜ୍ୟରେ ନିଜର ବିସ୍ତାର କରିଥିଲେ କାୟା । କିନ୍ତୁ ବିଗତ କିଛି ବର୍ଷ ନବୀନଙ୍କ ଆଭିମୁଖ୍ୟ ଭିନ୍ନ । ଅଫିସରଙ୍କ ଉପରେ ଅଜସ୍ର ଭରଷା କରି ସତ୍ତା ଚଲାଇବା । ନେତାଙ୍କ କ୍ଷମତାକୁ ଗୌଣ କରି ଅଣ ଓଡ଼ିଆ ଅଫିସରଙ୍କୁ ଦଳର ମଙ୍ଗ ଧରାଇବା ଦଳକୁ ବୁଡାଇଛି । ପାଣ୍ଡିଆନଙ୍କୁ ନେଇ ଏବେ ଅଡୁଆରେ ନବୀନ! ନିଜ ବାସଭବନରେ ସ୍ଥାନ ଦେଇ ନେତାଙ୍କର ମୁଖିଆ ବନାଇ ବଢାଉଛନ୍ତି ଅଡୁଆ । ଆଉ ମୁଣ୍ଡ ପାତି ପାଣ୍ଡିଆନଙ୍କ ହୁକୁମ ସହ୍ୟ କରିବାକୁ ନାରାଜ ବିଜେଡି । ଦଳର ବରିଷ୍ଠ ନେତା ପଦ୍ମନାଭ ବେହେରା କହିଛନ୍ତି ଦଳକୁ ନେଇ ନବୀନଙ୍କୁ ପରାମର୍ଶ ଦେଇଛୁ । ବିଜେଡିରେ ପାଣ୍ଡିଆନଙ୍କ ଆଧିପତ୍ୟକୁ ନେଇ ନେତା ନେତାଙ୍କ ଭିତରେ ଗୃହଯୁଦ୍ଧ ।

ଅମଙ୍ଗ ନେତା, ହତାସ୍ ନବୀନ! ଅବୁଝାଙ୍କୁ ବୁଝାଇବା ପଡୁଛି ମହଙ୍ଗା । ପରାମର୍ଶ ଦେବା ଆରମ୍ଭ କଲେଣି ନେତା । ହେଲେ ଶୁଣି ବି ନ ଶୁଣିଲା ପରି ବାହାନା କରିଲେ କି ନବୀନ । ପଦ୍ମନାଭ ବେହେରାଙ୍କ ବୟାନ ଖୋଲିଦେଲା ନବୀନ-ନେତାଙ୍କ ଭିତରେ ନବୀନ ନିବାସରେ ଘଟୁଥିବା ଗୁମର । ପଦ୍ମନାଭ କହିଛନ୍ତି ଆମେ ଦଳ ଭଲ ନେଇ ସୁପ୍ରିମୋଙ୍କୁ ଅନେକ ପ୍ରସ୍ତାବ ଦେଇଛୁ କିଛିଟା ପୂରଣ ହୋଇଛି ଆହୁରି କିଛି ରହିଯାଇଛି । ପାଣ୍ଡିଆନଙ୍କ ପାଇଁ ଡେଲି ଡେଲି ଲାଂଛନାର ଶିକାର ହେଉଛନ୍ତି ବିଜେଡି ନେତା । ଅଣ ଓଡ଼ିÿିଆଙ୍କ ଗୁମାସ୍ତା, ଟ୍ରାଫିକ ପୋଲିସ ଓ ଟେଣ୍ଟ ବନ୍ଧାର ଆଖ୍ୟା ପାଉଛନ୍ତି ନେତା । ସତ୍ତା ସମୟରେ ଆଗକୁ ଆସି କରୁଥିଲେ ଡିଫେଣ୍ଡ ହେଲେ ହାରିବା ପରେ ମୁଣ୍ଡାଇଛନ୍ତି କଳଙ୍କ । ନା ପୋଛି ପାରୁଛନ୍ତି କଳଙ୍କ ନା କହିପାରୁଛନ୍ତି କାହାକୁ ଅକୁହା ବ୍ୟଥା । କିନ୍ତୁ ଏବେ ପଦ୍ମନାଭଙ୍କ ମତରୁ ଲାଗୁଛି ସତେ ଯେମିତି କିଛି ଯୋଜନା କରୁଛନ୍ତି ବିଜେଡି ନେତା । ନବୀନ ନରଖିଲେ ନେତାଙ୍କ କଥା, ବାଛି ପାରନ୍ତି ଅନ୍ୟ ରାସ୍ତା । ପାଣ୍ଡିଆନ ଛାପ ହଟାଇବା ପାଇଁ ହୋଇପାରେ କିଛି ବଡ଼ ହଲଚଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ