Masthead

ମାସକର ଛୁଆକୁ ୪୦ ଚେଙ୍କ

ଉମରକୋଟ (ବଡ଼ ଖବର ବ୍ୟୁରୋ): ମାସକର ଛୁଆକୁ ୪୦ରୁ ଅଧିକ ଚେଙ୍କ । ଚନ୍ଦାହାଣ୍ଡି ଗମ୍ଭାରିଗୁଡ଼ା ପଞ୍ଚାୟତ ଫୁଣ୍ଡେଲପଡ଼ା ଗାଁର ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଘଟଣା । ଅସୁସ୍ଥ ହେବାରୁ ମାସକର ଛୁଆକୁ ଚେଙ୍କ ଦେଲେ ବାପା-ମାଆ । ପେଟ ଓ ମୁଣ୍ଡରେ ୪୦ରୁ ଅଧିକ ଚେଙ୍କ ଦିଆଯାଇଥିବା ସୂଚନା ମିଳିଛି ।ଗୁରୁତର ଅବସ୍ଥାରେ ଶିଶୁଟିକୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।ଘଟଣା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତର ଫୁଣ୍ଡେଲପଡା ଗ୍ରାମର ସରୋଜ କୁମାର ନାୟକ ଙ୍କ ୧ ମାସର ପୁଅର ପେଟ ଓ ମୁଣ୍ଡରେ ୪୦ ରୁ ଉର୍ଦ୍ଧ୍ବ ଚେଙ୍କ ଦିଆଯାଇଛି । ପିଲାଟିକୁ ଦେଖିଲେ ଜଣା ପଡୁଛି ଯେ ଛୁଆଟି ର ପେଟରେ ଆଉ ଖାଲି ସ୍ଥାନ ଦେଖିବାକୁ ମିଳୁନାହିଁ।ମିଳିଥିବା ସୂଚନା ଅନୁସାରେ ପିଲାଟି ଜନ୍ମ ହେବାର ୧୦ ଦିନ ପରେ ଦେହ ଅସୁସ୍ଥ ହୋଇ ବାରମ୍ବାର କାନ୍ଦୁଥିଲା।

ତେବେ ଏହା ଦେଖିକି ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଅନ୍ୟ କାହାର କଥାରେ ପଡି ପିଲାଟିର ପେଟ ଓ ମୁଣ୍ଡରେ ୪୦ ରୁ ଉର୍ଦ୍ଧ ଚେଙ୍କ ଦିଆଯାଇଛି। ତେବେ ପରିବାର ଲୋକ କହିବା ଅନୁଯାୟୀ ଚେଙ୍କ ମାରିବା ପରେ କିଛି ଦିନ ଛୁଆଟି ଆଉ କାନ୍ଦିନଥିଲା କିନ୍ତୁ ବର୍ତ୍ତମାନ ଦୁଇ ଦିନ ହେଲା ଛୁଆଟି ଚେଙ୍କର ଯନ୍ତ୍ରଣା ସମ୍ଭାଳି ନପାରି କାନ୍ଦିବା ଆରମ୍ଭ କରିଥିଲା ଅନ୍ୟପଟେ ଛୁଆଟିର କାନ୍ଦ ଦେଖି ପରିବାର ଲୋକେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ତେବେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ତୁରନ୍ତ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।

ତେବେ ଛୁଆ ଟି ଆସିବା ସମୟରେ ଯେଉଁ ଗୁରୁତର ଅବସ୍ଥାରେ ଥିଲା ବର୍ତ୍ତମାନ ଚିକିତ୍ସା ପରେ ବହୁତ୍ ଭଲରେ ଅଛି ବୋଲି କହିଛନ୍ତି । ବର୍ତ୍ତମାନ ଛୁଆଟି ଯେପରି ଅତି ଶୀଘ୍ର ଭଲ ହୋଇ ଘରକୁ ଫେରିବ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ସବୁ ପ୍ରକାର ଚିକିତ୍ସାରେ ସହଯୋଗ କରାଯିବ ବୋଲି ଡକ୍ଟର ପଣ୍ଡା କହିଛନ୍ତି। ଅନ୍ୟପଟେ କେଉଁ ପରିସ୍ଥିତିରେ ପିଲାଟିକୁ କିଏ ଚେଙ୍କ ଦେଲା ସେ ବିଷୟରେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ରାଜି ହେଉ ନାହାନ୍ତି ପରିବାର ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା