Masthead

ବାପୁଜି ଶୀତଳ ଭଣ୍ଡାର ପାଚେରି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ସାଲେପୁର (ବଡ଼ ଖବର ବ୍ୟୁରୋ):  କଟକ ଜିଲ୍ଲା ସାଲେପୁର ବ୍ଲକର ବହୁଗ୍ରାମ ପଞ୍ଚାୟତରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଶୀତଳ ଭଣ୍ଡାରର ପାଚେରୀ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବାପୁଜି ଶୀତଳ ଭଣ୍ଡାରର ସମୁଦାୟ ନିଜସ୍ୱ ଜମିରେ ପାଚେରୀ ନିର୍ମାଣ କରାଯାଉନାହିଁ । ଶୀତଳ ଭଣ୍ଡାର ଜମିକୁ ଯେଉଁମାନେ ଜବରଦଖଲ କରି ରଖିଛନ୍ତି ତାଙ୍କୁ ସୁରକ୍ଷା ଦେବା ପାଇଁ ଠିକାଦାର ମନମୁଖୀ କାର୍ୟ୍ୟ କରୁଛନ୍ତି । ଏ ସମ୍ବନ୍ଧରେ କଟକ ଜିଲ୍ଲାପାଳ, ସାଲେପୁର ବିଡ଼ିଓ, ତହସିଲଦାର ଓ ପିଡ଼ିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାମ ଗ୍ରହଣ କରାଯାଇ ନାହିଁ । ଆଜି ଠିକାଦାର କାର୍ୟ୍ୟ କରୁଥିବା ବେଳେ ଗ୍ରାମବାସୀ ଵିରୋଧ କରିଥିଲେ । କାର୍ୟ୍ୟ ତଦାରଖ କରୁଥିବା ଯନ୍ତ୍ରୀ ଏସମ୍ବନ୍ଧରେ କିଛି ପ୍ରତିକ୍ରିୟା ରଖିନାହାନ୍ତି । ଏଥିରୁ ଯାହା ଜଣା ପଡୁଛି ପ୍ରଶାସନ କିଛି ଲୁଚାଇବାକୁ ଚାହୁଁଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା