Masthead

ଚୋରା କାଠ ବୋଝେଇ ପିକଅପ ଭ୍ୟାନ ଜବତ, ୨ ଗିରଫ

ପାଳଲହଡ଼ା, (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳରେ ହାତୀ ଉପଦ୍ରବ କାରଣରୁ ସମସ୍ତ ଵନ କର୍ମଚାରୀ ଧାନ ଫସଲକୁ ସୁରକ୍ଷା ଦେଉଛନ୍ତି। ତେବେ ଏହାର ଫାଇଦା ଉଠାଉଛନ୍ତି ଚୋରା କାଠ ବେପାରୀ। ସୀମିତ କର୍ମଚାରୀ ସତ୍ତ୍ୱେ ଵିଭିନ୍ନ ସମୟରେ କାଠମାଫିଆ ଓ ସେମାନେ ବ୍ୟବହାର କରୁଥିବା ଯାନବାହାନ ଜବତ କରିବାରେ ସଫଳତା ଅର୍ଜନ କରିଛି ଖମାର ବନ ବିଭାଗ। ୫ ତାରିଖ ସନ୍ଧ୍ୟାରେ କଣିହାଁ ଅଞ୍ଚଳ ଅର୍କିଳ ଗ୍ରାମରୁ ଵିଜିଗୋଳ ଗ୍ରାମକୁ ଚୋରାଚାଲାଣ ହେଉଥିବା ଖବର ପାଇ ଵନପାଳ ପ୍ରଦୀପ କୁମାର ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍ ଭାଲୁକି ଛକଠାରେ ଜଗିରହିଥିଲେ। ଉକ୍ତ କାଠବୋଝେଇ ଭ୍ୟାନକୁ ଦେଖିବା ମାତ୍ରେ ଗାଡ଼ିଚାଳକ ଓ ସହଯୋଗୀଙ୍କୁ କାବୁ କରିନେଇଥିଲେ ଵନକର୍ମଚାରୀ। ୪୦ଖଣ୍ଡ ଶାଳକାଠ, ପିକଅପ ଭ୍ୟାନ ସହିତ ଗାଡ଼ି ଚାଳକ ହେମନ୍ତ କୁମାର ପାଣି ଓ ସହଯୋଗୀ ଅନିରୁଦ୍ଧ ସାହୁଙ୍କୁ ଗିରଫ କରିଛି ବନ ବିଭାଗ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା