Before Header

ଚଇତି ପର୍ବ ଦେଖିବା ହେଲା କାଳ

0 34

ସେମିଲିଗୁଡା (ବଡ଼ ଖବର ବ୍ୟୁରୋ): ଚଇତି ପର୍ବ ଦେଖିବା ହେଲା କାଳ । ନଦୀପାର ହୋଇ ଯାଇ ଥିଲେ ଚଇତି ପରବ ଦେଖିବା ପାଇଁ । ଫେରିବା ବେଳକୁ ନଦୀରେ ବୁଡିଗଲା ଡଙ୍ଗା । ଲମତାପୁଟ ବ୍ଲକ ଉମେଲ ଗ୍ରାମ ପଂଚାୟତର ୮ ଜଣ ଡଙ୍ଗାରେ ନଦୀପାର ହୋଇ ଚଇତି ପରବ ଦେଖିବା ପାଇଁ ଯାଇଥିଲେ । ଫେରିବା ବେଳକୁ ଡଙ୍ଗା ବୁଡିଯାଇଥିଲା ।

୮ଜଣଙ୍କ ମଧ୍ୟରୁ ୪ଜଣ ପହଁରି କୂଳରେ ପହଁଚି ଥିଲେ । ମାତ୍ର ୪ଜଣ ନିଖୋଜ ହୋଇଯାଇଥିଲେ । ଘଟଣା ସ୍ଥଳରେ ସେମିଲିଗୁଡା ତହସିଲଦାର ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଦମକଳ ବାହିନି ଜଣକର ମୃତଦେହ ଉଦ୍ଧାର କରିଛି । ଅନ୍ୟମାନେ ନିଖୋଜ ଅଛନ୍ତି ।

Leave A Reply

Your email address will not be published.