Masthead

ଅଭିଭାବକ ସଂଘର ଦାବିପତ୍ର

ଢେଙ୍କାନାଳ, (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲାରେ ଦିଲ୍ଲୀ ପବ୍ଲୁକ ସ୍କୁଲର ବିଭିନ୍ନ ସମସ୍ୟା ନେଇ ଅଭିଭାବକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କୋଭିଡ୍ ମହାମାରୀ ଲାଗି ଦୀର୍ଘ ୬ ମାସରୁ ଅଧିକ ସମୟ ହେଲା ସ୍କୁଲ ବନ୍ଦ ରହିଛି। ଅନଲାଇନରେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସ୍କୁଲ ଫି’ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ହେଲେ ସ୍କୁଲ ପକ୍ଷରୁ ମିସଲାନିୟସ ଫି’, ଟ୍ରାନ୍ସପୋର୍ଟ ଫି’ ଆଦାୟ ପାଇଁ ଅଭିଭାବକଙ୍କ ଉପରେ ଅଯଥା ଚାପ ସୃଷ୍ଟି କରାଯାଉଛି। ଛାତ୍ରଛାତ୍ରୀ ଗାଡ଼ି ବ୍ୟବହାର କରୁ ନ ଥିବା ବେଳେ ଟ୍ରାନ୍ସପୋର୍ଟ ଫି’ କାହିଁକି ଦେବେ ବୋଲି ପ୍ରଶ୍ନ କରିଛି ଅଭିଭାବକ ସଂଘ।

ସେପଟେ ଯେଉଁ ଛାତ୍ରଛାତ୍ରୀ ଫି’ ଦେଉନାହାନ୍ତି ସେମାନେ ଅନଲାଇନରେ ଦେଇଥିବା ପରୀକ୍ଷାଫଳ ସ୍ଥଗିତ ରଖାଯାଉଛି। ଜିଲ୍ଲାପାଳ ଏ ଦିଗରେ ହସ୍ତକ୍ଷେପ କରିବାକୁ ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଛି। ଦାବିଗୁଡ଼ିକୁ ଅଣଦେଖା କରାଗଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ସଂଘ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା