Masthead

ନବୀନ ନିବାସ ଘେରିବେ ମଞ୍ଚ କଳାକାର

ନାଉଗାଁ, (ବଡ଼ ଖବର ବ୍ୟୁରୋ): କାୟା ମେଲାଉଛି କରୋନା। ସଂକ୍ରମଣ ହାର କମିଥିଲେ ମଧ୍ୟ ସରିନି କରୋନାର ଭୟାଭୟତା। ଦିନକୁ ଦିନ ସଂକ୍ରମଣ ହାର କମୁଥିବାରୁ ଜନଜୀବନ ସ୍ୱାଭାବିକ ହେବାରେ ଲାଗିଛି। କରୋନା ପାଇଁ ଦୀର୍ଘ ଆଠ ମାସ ହେବ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସରକାର ବନ୍ଦ କରିଦେଇଛନ୍ତି। କିନ୍ତୁ ଚଳିତ ଉପନିର୍ବାଚନରେ ଏହି ନିୟମକୁ ଫୁ କରିଦିଆଯାଇଥିବା ଦେଖିବାକୁ ମିଳିଛି। ଉପନିର୍ବାଚନ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି ଯାହା କୋଭିଡ୍ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି। କିନ୍ତୁ ମଞ୍ଚ କଳାକାରମାନେ ଯାହା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିଲେ ତାହାକୁ ସରକାର ଆଜିପର୍ଯ୍ୟନ୍ତ ଅନୁମତି ଦେଉନାହାନ୍ତି।ଯେଉଁଥିପାଇଁ ଆଜି ମଞ୍ଚ କଳାକାର ସେମାନଙ୍କ ପରିବାର ଚଳାଇବା କାଠିକର ପାଠ ହୋଇପଡ଼ିଛି।

ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ମଞ୍ଚ କଳାକାର ସଂଘ ସଭାପତି ଦେବାଶିଷ ଖୁଣ୍ଟିଆଙ୍କ ପୌରୋହିତରେ ଏକ ପ୍ରତିବାଦ ସଭା ନାଉଗାଁ ବ୍ଲକ ଘୋଡ଼ାଂଶ ପଞ୍ଚାୟତ ଘୋଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ପାଦକ ବିଜୟ ମହାନ୍ତି, ଉପସଭାପତି ତପସ୍ଵିନୀ ମହାନ୍ତି, ସହସମ୍ପାଦିକା ଜ୍ୟୋତିର୍ମୟୀ ସାହୁ, କୋଷାଧ୍ୟକ୍ଷ ହର୍ଷବର୍ଦ୍ଧନ ସ୍ୱାଇଁ, ନାଉଗାଁ ବ୍ଲକ ସଭାପତି ଶୁଭକାନ୍ତ ଦାଶ, ସମ୍ପାଦକ ପ୍ରଦୀପ ଜେନାଙ୍କ ସମେତ ଶତାଧିକ ମଞ୍ଚ କଳାକାର ଯୋଗଦେଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ନବୀନ ନିବାସ ଓ ବିଧାନସଭା ଘେରାଉ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼