Masthead

ଅସହାୟ ଦିବ୍ୟାଙ୍ଗ ଛାତ୍ରକୁ ସହାୟତା କେବେ?

କୋରକୁଣ୍ଡା, (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଖ୍ରୀଷ୍ଟିଆନ ସାହିରେ ରହୁଥିବା ଦିବ୍ୟାଙ୍ଗ ଛାତ୍ର ବି. ଜ୍ୟାକବଙ୍କ ଦୁଃଖ କହିଲେ ନ ସରେ। ବର୍ଷେ ତଳେ ରାସ୍ତା କାମ କରିବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତ ଗୋଡ଼ ପୋଡ଼ି ଯାଇଥିଲା। ଅନେକ ଦିନ ସଂଘର୍ଷ ପରେ ଜୀବନ ବଞ୍ଚିଯାଇଥିଲା ସତ ହେଲେ ଡାହାଣ ହାତ ନଷ୍ଟ ହୋଇଯାଇଥିବାରୁ ହାତଟିକୁ କାଟିବାକୁ ପଡ଼ିଥିଲା। ଜ୍ୟାକବ ସେତେବେଳେ ନବମ ଶ୍ରେଣୀରେ ପଢୁ଼ଥିଲେ। ସ୍କୁଲ ତରଫରୁ ତାଙ୍କୁ ଗୋଟିଏ କୃତ୍ରିମ ହାତ ମଧ୍ୟ ଯୋଗାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ତରଫରୁ ଲକ୍ଷେ ଟଙ୍କାର ସହାୟତା ଦିଆଯାଇଥିଲା। ଜ୍ୟାକବଙ୍କ ପରିବାର କହିଲେ ବାପା, ମା’, ଭାଇ ଓ ଭଉଣୀ। ବାପା ମା’ କୁଲି କାମ କରନ୍ତି। ସେଥିରୁ ଯାହା ମିଳେ ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ଦି’ ଓଳି ଦି’ ମୁଠା ଦାନା ଯୋଗାଇବା କଷ୍ଟକର। ଜ୍ୟାକବଙ୍କୁ ଦିବ୍ୟାଙ୍ଗ ଯୋଜନାରେ ଗୋଟିଏ ଘର ମଧ୍ୟ ଦିଆଯାଇଛି। ସେଇ ଘରେ ଅସୁସ୍ଥ ବାପା, ମାଆ, ଭାଇ ଓ ଭଉଣୀ ରହୁଥିବାବେଳେ ଜ୍ୟାକବ ଗୋଟିଏ ମାଟି କୁଡ଼ିଆ ଘରେ ରହି ପଢ଼ାପଢ଼ି କରନ୍ତି। କରୋନା ଯୋଗୁ ବିଶ୍ୱରେ ବର୍ତ୍ତମାନ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହି ଗରିବ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାପା ଏବେ ଶଯ୍ୟାଶାୟୀ। ଜ୍ୟାକବ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର। ହେଲେ ଅର୍ଥ ଅଭାବ ଯୋଗୁ ଉଚ୍ଚଶିକ୍ଷା ହାସଲ କରିବା ତାଙ୍କ ପାଇଁ ସାତସପନ ହୋଇଛି। ଯେଉଁ କୃତ୍ରିମ ହାତ ଦିଆଯାଇଥିଲା ତାହା ମଧ୍ୟ ଖରାପ ହୋଇଯାଇଛି। ତେଣୁ ତାଙ୍କୁ ଗୋଟିଏ କୁତ୍ରିମ ହାତ, ପାଠପଢ଼ା ଓ ଖଣ୍ଡେ ଚାକିରି ଯୋଗାଇ ଦେବାକୁ ଗଣମାଧ୍ୟମ ଆଗରେ ନିବେଦନ କରିଛନ୍ତି ଜ୍ୟାକବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା