Masthead

ଅଙ୍ଗଦାନ କଲେ ‘ବଡ଼ ଖବର’ ସାମ୍ବାଦିକ

କଟକ, (ବଡ଼ ଖବର ବ୍ୟୁରୋ): ସ୍ୱାର୍ଥପର ଦୁନିଆରେ ସମସ୍ତେ ନିଜ କଥା ଭାବନ୍ତି । ପରକଥା ଚିନ୍ତା କରିବା ଲାଗି ସମୟ ନାହିଁ । କିନ୍ତୁ ଆଜି ବି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟକୁ ସାହାଯ୍ୟ କରିବା ଲାଗି ସବୁବେଳେ ଆଗେଇ ଆସିଥାନ୍ତି । ଏମିତି ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି, ଉଦୀୟମାନ ସମାଜସେବୀ ତଥା ଟାଙ୍ଗୀ- ଚୌଦ୍ୱାର ଅଞ୍ଚଳର ‘ବଡ଼ ଖବର’ ସାମ୍ବାଦିକ ପ୍ରଦୀପ କୁମାର ନାୟକ । ସେ ସମ୍ପୂର୍ଣ୍ଣ ଅଙ୍ଗକୁ ଚିକିତ୍ସା, ଡାକ୍ତରୀ ଅନୁସନ୍ଧାନ ଓ ଅଧ୍ୟୟନ ଲାଗି ଦାନ କରିଛନ୍ତି । ଅଙ୍ଗ ଦାନ କରିବା ପାଇଁ ସମାଜ ରିଲିଫ୍‌ କମିଟି ସଂପାଦକ ତଥା ଶରୀର ଅଙ୍ଗଦାନ ରାଜ୍ୟ ସଭାପତି ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ କଟକସ୍ଥିତ ସମାଜ ଅଫିସରେ ସ୍ୱାକ୍ଷର ପ୍ରଦାନ କରିଥିଲେ ପ୍ରଦୀପ ।

ପ୍ରଦୀପ କହିଛନ୍ତି ଯେ ମୃତ୍ୟୁପରେ ଶରୀର ଦାନ କରିବାର ସଂକଳ୍ପ ସମାଜରେ ପ୍ରଚାର କରାଯିବା ଉଚିତ। ଯାହାଦ୍ୱାରା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନବର ଆନାଟୋମି ଜ୍ଞାନ ମଧ୍ୟ ବୃଦ୍ଧି ପାଇବ। ଆନାଟୋମି ବିନା ଡାକ୍ତରୀ ବିଜ୍ଞାନ କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ସେ ଆହୁରି କହିଛନ୍ତି ଯେ ମୃତ୍ୟୁ ପରେ ଡାକ୍ତରୀ ଅଧ୍ୟୟନ ପାଇଁ ଅନେକ ଲୋକ ନିଜ ଶରୀରକୁ ଦାନ କରିବାକୁ ଆଗେଇ ଆସୁଛନ୍ତି ଏବଂ ସମାଜରେ ଏହି ଧାରଣାକୁ ପ୍ରୋତ୍ସାହିତ କରାଯିବା ଉଚିତ। ସମାଜର ଯୁବପିଢ଼ି ମାନେ ଏହିଭଳି ମହତ୍ କାର୍ଯ୍ୟରେ ନିଜର ଯୋଗଦାନ କରନ୍ତୁ ବୋଲି ଆଶା ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ