ପିକଅପ୍ ଓଲଟି ଜଣେ ମୃତ, ୨୯ ଗୁରୁତର

ବାରିପଦା (ବଡ଼ ଖବର ବ୍ୟୁରୋ): ପିକଅପ୍ ଓଲଟି ଜଣେ ମୃତ, ୨୯ ଗୁରୁତର । ମୟୂରଭଞ୍ଜ ଶୁଳିଆପଦା ଥାନା ବାଲିଶୁଳିଆ ଗାଁରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ । ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସ୍ଥାନାନ୍ତର । ବାରିପଦା ମେଡିକାଲରେ ଜଣେ ମହିଳାଙ୍କ ମୃତୁ୍ୟ ହୋିଥିବା ସୂଚନା । ପିକଅପରେ ସମସ୍ତେ ଶ୍ରମିକ ଥିଲେ । ସମସ୍ତ ଶ୍ରମିକ ରାସଗୋବିନ୍ଦପୁର ବ୍ଲକ କମାରଡିହା ଓ ଖୁଣ୍ଟା ଅଞ୍ଚଳର ବୋଲି ଜଣାପଡିଛି।

ପିକଅପରେ ଶାଳପତ୍ର ତୋଳିବା ପାଇଁ ଶୁଳିଆପଦା ବ୍ଲକ ଚାଉଳଧୁଆଣି ଗ୍ରାମ ଜଙ୍ଗଲକୁ ଆସିଥିଲେ । ଘରକୁ ଫେରିବା ସମୟରେ ଭାରସାମ୍ୟ ହରାଇ ପିକଅପ ଓଲଟି ପଡ଼ିଲା । ଫଳରେ ପିକଅପ ତଳେ ଚାପି ହୋଇଯାଇଥିଲେ ୨୯ଜଣ । ସ୍ଥାନୀୟ ଲୋକେ ଉଦ୍ଧାର କରି ଶୁଳିଆପଦା ପୋଲିସ, ଦମକଳ ବାହିନୀ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଯେଉଁମାନେ ଗୁରୁତ୍ତର ଥିଲେ ତାଙ୍କୁ କଷ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ବାରିପଦା ପଣ୍ତିତ ରଘୁନାଥ ମୂର୍ମୂ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ବାରିପଦା ମେଡ଼ିକାଲରେ ଜଣେ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’