ସାଇରନ ବାଜିଲେ କ’ଣ କରିବେ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ଯୁଦ୍ଧ ସଜବାଜ । କୌଣସି ସମୟରେ ବାଜିପାରେ ଶଙ୍ଖନାଦ । ପହଲଗାମ ଆକ୍ରମଣର ବଦଲା ନେବା ପାଇଁ ପ୍ରସ୍ତୁତି । ବୁଧବାର ସାରା ଦେଶରେ ହେବ ମକଡ୍ରିଲ । ତିନୋଟି କାଟେଗାରିରେ ହେବ ମକଡ୍ରିଲ । ଓଡ଼ିଶାକୁ ମଧ୍ୟ ଏହାରି ଭିତରେ ସାମିଲ କରାଯାଇଛି । ରାଜ୍ୟର ୧୨ଟି ସହରରେ ଏହି ମକଡ୍ରିଲ ହେବ । ପ୍ରଥମ କାଟେଗୋରିରେ ରହିଛି ତାଳଚେର । ଦ୍ୱିତୀୟରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଓ ରାଉରକେଲାକୁ ରଖାଯାଇଛି । ସେହିପରି କାଟେଗୋରି ୩ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ସାମିଲ କରାଯାଇଛି । ମକଡ୍ରିଲ ସାଇରନ ବାଜିଲେ ଲୋକେ କ’ଣ କରିବେ କ’ଣ ନ କରିବେ ତାହା ମଧ୍ୟ ଜଣାଇଦିଆଯାଇଛି ।

ସାଇରନ ବାଜିଲେ କ’ଣ କରିବେ?
-ସାଇରନ ବାଜିଲେ ବିଚଳିତ ହେବେ ନାହିଁ
-ସାଇରନ ବାଜିଲେ ଘରୁ ବାହାରିବେ ନାହିଁ
-୫ରୁ ୧୦ ମିନିଟ ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବେ
-କଂକ୍ରିଟ ଛାତ ତଳେ ରହିବେ
-ଟିଭି, ରେଡିଓ ଓ ସରକାରୀ ଆଲର୍ଟକୁ ଧ୍ୟାନ ଦେବେ
-ପ୍ରଶାସନିକ ନିଦେ୍ର୍ଦଶକୁ ପାଳନ କରିବେ
-ସାଇରନ ବିଜିଲେ ଶାନ୍ତ ରହିବେ
-ଗୁଜବକୁ ଧ୍ୟାନ ଦେବେ ନାହିଁ

କାହିଁକି ବାଜିବ ଯୁଦ୍ଧ ସାଇରନ?
-ବିପଦ ସମୟରେ ଲୋକଙ୍କ ସଚେତନ କରାଇବା ପାଇଁ ସାଇରନ ବ୍ୟବହାର କରାଯାଏ
-ଲୋକଙ୍କୁ ବିପଦ ସମୟରେ ସଜାଗ କରିବା ସାଇରନର ଲକ୍ଷ୍ୟ
-ସାଇରନର ତୀବ୍ରତା ୧୨୦ରୁ ୧୪୦ ଡେସିବଲ ହୋଇଥାଏ
-ଯୁଦ୍ଧ, ଏୟାରଷ୍ଟ୍ରାଇକ କିମ୍ବା ବଡ଼ ବିପଦରେ ସାଇରନ ବଜାଇ ସତର୍କ କରାଯାଏ
-ସାଇରନ ଶଦ୍ଦ ଉପର ତଳ ହେବା ଦ୍ୱାର ଭିନ୍ନ ଅନୁଭବ ହୁଏ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’