ବିଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ମାଥିଲି (ବଡ଼ ଖବର ବ୍ୟୁରୋ): ବିଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲ୍ଲୀ ଫାଣ୍ଡି ଏଭଳି ଘଟଣ ଘଟିଛି । ଗତକାଲି ସକାଳୁ ସନା ମଦ ପିଇବାକୁ ନିକଟସ୍ଥ ବାରା ଗ୍ରାମକୁ ଯାଇଥିଲା । ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନଥିଲେ। ସନ୍ଧ୍ୟାରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ସନାର ମୃତ ଦେହ ଏକ ଜମିରେ ପଡିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ସନାର ଗୋଡ଼ରେ ଗଭୀତ କ୍ଷତ ଚିହ୍ନ ଦେଖିବା ପରେ ସନାର ସ୍ୱାଭାବିକ ମୃତ୍ୟୁ ହୋଇଛି ନା ତାକୁ କେହି ହତ୍ୟା କରିଛି ତାହା ଏବେ ସନ୍ଦେହ ଘେରରେ । ଗତକାଲି ବିଳମ୍ବିତ ରାତିରେ ସନାର ପୁଅ ସାନିଆ ମାଥିଲି ଥାନାରେ ଏକ ଯେ ମୋ ବାପାଙ୍କୁ କେହି ହତ୍ୟା କରି ଥିବା ଲିଖିତ ଅଭିଯୋଗ କରିଛନ୍ତି । ମାଥିଲି ଥାନା ଅଧିକାରିଣୀ ଦୀପାଞ୍ଜଳି ପ୍ରଧାନ ଲିଖିତ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା ସହିତ ନବରଙ୍ଗପୁର ଠାରୁ ସାଇଣ୍ଟିଫିକ ଟିମ ଆସିବା ପରେ ତଦନ୍ତ ଆରମ୍ଭ ହେବ ବୋଲି ଆମକୁ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’