ଫାଇନାଲରେ କିଛି ଅଲଗା କରିବାର ଦରକାର ନାହିଁ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ ଫାଇନାଲକୁ ଆଉ ମାତ୍ର ଗୋଟିଏ ଦନ । ମ୍ୟାଚ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଟିମ୍‌ ଇଣ୍ଡିଆର ଫାଇନାଲ୍‌ ଲଢ଼େଇକୁ ନେଇ ନିଜର ମତ ରଖିଛନ୍ତି । ଭାରତ ହିଁ ବିଶ୍ୱକପ ଜିତିବ ବୋଲି ସେ କହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ୍‌ରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିବାକୁ ପ୍ରଥମ ପସନ୍ଦର ଦଳ ଭାବେ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ ଖେଳ ଆରମ୍ଭ କରିବ ବୋଲି କହିଛନ୍ତି ରବି ଶାସ୍ତ୍ରୀ । ଶେଷ ସ୍ପର୍ଶ ଅପେକ୍ଷାରେ ବିଶ୍ବକପ୍‌ ୨୦୨୩ ମହାକୁମ୍ଭ । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଫାଇନାଲ୍‌ରେ ପହଞ୍ଚିଥିବା ଭାରତ ଟାଇଟଲ୍‌ ହାତେଇବା ପାଇଁ ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୈଦାନକୁ ଓହ୍ଲାଇବ ।

ତେବେ ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଫାଇନାଲ୍‌ରେ କଡ଼ା ମୁକାବିଲା ହେବ ବୋଲି ଅନେକ ପୂର୍ବତନ କ୍ରିକେଟର ଓ କ୍ରିକେଟ୍‌ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏହାରି ଭିତରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଫାଇନାଲ୍‌ ମ୍ୟାଚ୍‌କୁ ନେଇ ନିଜର ମତ ରଖିଛନ୍ତି । ଫାଇନାଲ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିବାକୁ ପ୍ରଥମ ପସନ୍ଦର ଦଳ ଭାବେ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ ଖେଳ ଆରମ୍ଭ କରିବ । ଦଳକୁ କିଛି ଭିନ୍ନ କରିବା ଆବଶ୍ୟକତା ନାହିଁ । ଗତ ଦୁଇ ମ୍ୟାଚ୍‌ରେ ଦଳର ଖେଳାଳିମାନେ ଯାହା କରୁଛନ୍ତି, ଫାଇନାଲ୍‌ ମ୍ୟାଚ୍‌ରେ ମଧ୍ୟ ତାହା ହିଁ କରିବା ଆବଶ୍ୟକ । ଏପର୍ଯ୍ୟନ୍ତ ଭାରତ ଯେଉଁପରି ଖେଳି ଆସିଛି ଲାଗୁଛି ସତେ ଯେମିତି ଏହା ଗୋଟିଏ ମ୍ୟାଚ । ଯେଉଁଠି ଖେଳ ସାରଛନ୍ତି ସେଇଠୁ ଖେଳ ଆରମ୍ଭ କରୁଛନ୍ତି ଦଳ । ଦୁଇ ଦିନ ପରେ ଭାରତ ହାତରେ ହିଁ ଟ୍ରଫି ରହିବ ବୋଲି କହିଛନ୍ତି ରବି ଶାସ୍ତ୍ରୀ । ବିଶ୍ବର ଦୁଇ ଶକ୍ତିଶାଳୀ ଦଳ ରବିବାର ଅହମ୍ମଦାବାଦରେ ଟ୍ରଫି ହାତେଇବା ପାଇଁ ମୈଦାନକୁ ଓହ୍ଲାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ