Masthead

‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’

ନୂଆଦିଲ୍ଲୀ( ବଡ଼ ଖବର ବ୍ୟୁରୋ): ଭାରତର ଚିକେନ୍ ନେକ୍ ଉପରେ ମହମ୍ମଦ ୟୁନୁସଙ୍କ ନଜର । ଚୀନ୍ ସହ ମିଶି ବାଂଲାଦେଶ କରୁଛି ବଡ଼ ଷଡଯନ୍ତ୍ର । ଯେବେଠୁ ୟୁନୁସ ବାଂଲାଦେଶର ଦାୟିତ୍ୱ ନେଇଛନ୍ତି, ସେବେଠୁ ଭାରତ ବିରୁଦ୍ଧରେ ତାଙ୍କର କୋ୍ରଧ । ଚିକେନ୍ ନେକ୍ ଉପରେ ଏବେ ୟୁନୁସଙ୍କ ନଜର ରହିଛି । ଏହାକୁ ସିଲିଗୁଡି କରିଡର ମଧ୍ୟ କୁହାଯାଏ । ଏହି ନେକ ଉତ୍ତର-ପୂର୍ବ ଭାରତକୁ ସଂଯୋଗ କରେ । ଲାଲମୋନିରହାଟରେ ଥିବା ଏକ ବିମାନବନ୍ଦର ବିକାଶ କରୁଛି ବାଂଲାଦେଶ । ଏହି ଭାରତର ଚିକେନ ନେକଠାରୁ ୧୦୦ କିଲୋମିଟର ଦୂରରେ ରହିଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରଠାରୁ ଚୀନ ଏହି ଏୟାରବେସ ବିକାଶରେ ବାଂଲାଦେଶକୁ ସାହାର୍ଯ୍ୟ କରୁଛି ।

ଏହି କରିଡର ଉପରେ ପୂର୍ବରୁ ଚୀନର ନଜର ରହିଥିଲା । ଏବେ ଚୀନକୁ ବାଂଲଦେଶର ସହଯୋଗ ମିଳିଛି । ଯଦି ଏହି କରିଡର ବା ଚିକେନ ନେକ ଭାଙ୍ଗିଯାଏ ତାହେଲେ ପୂରା ଉତ୍ତର-ପୂର୍ବ ଅଞ୍ଚଳ ଭାରତରୁ ବିଚ୍ଛିନ୍ନ ହୋଇଯିବ । ଭାରତଠୁ ଅଲଗା ହୋଇଯିବ ସାତ ଭଉଣୀ କୁହାଯାଉଥିବା ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଲୟ, ତ୍ରିପୁରା, ମିଜୋରାମ ଓ ନାଗାଲାଣ୍ଡ ରାଜ୍ୟ । ଏହାର ସୁଯୋଗ ନେଇ ୟୁନୁସଙ୍କ ସହ ହାତ ମିଳାଇଛି ଚାଇନା । ଏହାର କଡ଼ା ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଆମ ପାଖରେ ଗୋଟିଏ ଚିକେନ ନେକ ଥିଲେ ବାଂଲାଦେଶ ପାଖରେ ଅଛି ୨ଟି ଚିକେନ ନେକ । ବାଂଲାଦେଶ ଆମ ଗୋଟିଏ ଚିକେନ ନେକ ଉପରେ ଆକ୍ରମଣ କଲେ ଆମେ ତାର ୨ଟି ଚିକେନ ନେକ ଉପରେ ଆକ୍ରମଣ କରିବୁ । ବାଂଲାଦେଶର ଚିକେନ ନେକ ଭାରତର ଚିକେନ ନେକଠୁ ବି ପତଳା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ