Before Header

ବେଆଇନ ଧର୍ମପୀଠକୁ ନେଇ ନୈନିତାଲ ହାଇକୋର୍ଟଙ୍କ ବଡ ବୟାନ

0 11

ବେଆଇନ ଧର୍ମପୀଠକୁ ନେଇ ନୈନିତାଲ ହାଇକୋର୍ଟ ବଡ ବୟାନ ଦେଇଛନ୍ତି । ସମସ୍ତ ବେଆଇନ ଧର୍ମପୀଠ ତୁରନ୍ତ ଉଚ୍ଛେଦ ହେବା ଆବଶ୍ୟକ ବୋଲି ହାଇକୋର୍ଟ ବୟାନ ଦେଇଛି । ସରକାରୀ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଧାର୍ମିକ ପୀଠ ନିର୍ମାଣ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଶୁଣାଇଛି ନୈନିତାଲ ହାଇକୋର୍ଟ ।

ମୁଖ୍ୟ ବିଚାରପତି ଜଷ୍ଟିସ ବିପିନ ସାଂଘୀ ଓ ଜଷ୍ଟିସ ରାକେଶ ଥପାଲିୟାଲ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।ଶୁଣାଣି ବେଳେ ମୁଖ୍ୟ ବିଚାରପତି କହିଥିଲେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଧାର୍ମିକ ପୀଠ ଉଚ୍ଛେଦ ହେବା ଆବଶ୍ୟକ ।ଏଥିରେ ଧର୍ମ ସହିତ କୌଣସି ସଂପର୍କ ନରହିବା ଉଚିତ। ଏଭଳି ଭାବେ ଆବେଦନକାରୀ ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରୁଥିବା କଟାକ୍ଷ କରିଥିଲେ ମୁଖ୍ୟବିଚାରପତି । ଏହି ମାମଲାରେ ଆବେଦନକାରୀଙ୍କ ଉପରେ ୧ଲକ୍ଷ ଟଙ୍କା ଜରିମାନା ଲଗାଇବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି।

Leave A Reply

Your email address will not be published.