Masthead

ବେଆଇନ ଧର୍ମପୀଠକୁ ନେଇ ନୈନିତାଲ ହାଇକୋର୍ଟଙ୍କ ବଡ ବୟାନ

ବେଆଇନ ଧର୍ମପୀଠକୁ ନେଇ ନୈନିତାଲ ହାଇକୋର୍ଟ ବଡ ବୟାନ ଦେଇଛନ୍ତି । ସମସ୍ତ ବେଆଇନ ଧର୍ମପୀଠ ତୁରନ୍ତ ଉଚ୍ଛେଦ ହେବା ଆବଶ୍ୟକ ବୋଲି ହାଇକୋର୍ଟ ବୟାନ ଦେଇଛି । ସରକାରୀ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଧାର୍ମିକ ପୀଠ ନିର୍ମାଣ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଶୁଣାଇଛି ନୈନିତାଲ ହାଇକୋର୍ଟ ।

ମୁଖ୍ୟ ବିଚାରପତି ଜଷ୍ଟିସ ବିପିନ ସାଂଘୀ ଓ ଜଷ୍ଟିସ ରାକେଶ ଥପାଲିୟାଲ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।ଶୁଣାଣି ବେଳେ ମୁଖ୍ୟ ବିଚାରପତି କହିଥିଲେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଧାର୍ମିକ ପୀଠ ଉଚ୍ଛେଦ ହେବା ଆବଶ୍ୟକ ।ଏଥିରେ ଧର୍ମ ସହିତ କୌଣସି ସଂପର୍କ ନରହିବା ଉଚିତ। ଏଭଳି ଭାବେ ଆବେଦନକାରୀ ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରୁଥିବା କଟାକ୍ଷ କରିଥିଲେ ମୁଖ୍ୟବିଚାରପତି । ଏହି ମାମଲାରେ ଆବେଦନକାରୀଙ୍କ ଉପରେ ୧ଲକ୍ଷ ଟଙ୍କା ଜରିମାନା ଲଗାଇବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ