ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ବେହାଲ୍ ହେଲା ଦିଲ୍ଲୀ ସହର । ସହରର ବିଭିନ୍ନ ସ୍ଥାନ ଜଳମଗ୍ନ । ପ୍ରବଳ ବର୍ଷା ଯୋଗୁଁ ୪୯ ବିମାନର ଗତି ପଥ ପରିବର୍ତ୍ତନ କରାଯାଇଛି । ଏଥିରେ ୧୭ଟି ଆନ୍ତର୍ଜାତୀୟ ଫ୍ଲାଇଟ ମଧ୍ୟ ରହିଛି । ବର୍ଷା ପାଇଁ ଇନ୍ଦିରା ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ କରିଛି ।

ରାତି ୧୧.୩୦ରୁ ସକାଳ ୪ଟା ମଧ୍ୟରେ ୪୯ଟି ବିମାନର ଗତି ପରିବର୍ତ୍ତନ ହୋଇଥିଲା । ଏହା ସହ ବିମାନ ଚଳାଚଳରେ ବିଳମ୍ବ ହୋଇଥିଲା । ସକାଳ ୫.୫୪ ସୁଦ୍ଧା ବିମାନ ଚଳାଚଳ ଆରମ୍ଭ ହୋଇଛି । ଗତକାଲି ଦିଲ୍ଲୀରେ ରାତି ସାରା ପ୍ରବଳ ଝଡ ବର୍ଷା ହୋଇଛି । ଏଥିସହ ସହ ୮୨ କିଲୋମିଟାର ବେଗରେ ପ୍ରବଳ ପବନ ବହିଥିଲା ଏବଂ ୮୧.୨ମିମି ରେ ବର୍ଷା ହୋଇଥିବା ସୂଚନା ରହିଛି । ଦିଲ୍ଲୀର ଅନେକ ଅଞ୍ଚଳରେ ପାଣି ଜମି ରହିଛି ଖାସ୍ କରି ମିଣ୍ଟୋ ରୋଡ୍, ମୋତି ପାର୍କ, ସୁବ୍ରତ ପାର୍କ ଏବଂ ସହରର ରାସ୍ତା ଘାଟ ବର୍ଷା ଜଳ ଯୋଗୁଁ କାର ଗୁଡିକ ବୁଡି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ