Masthead

ଆଜିଠୁ ଖୋଲିଲା ସୂର୍ଯ୍ୟ ମନ୍ଦିର

କୋଣାର୍କ (ବଡ଼ ଖବର ବ୍ୟୁରୋ): କଟକଣା ଭିତରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । କରୋନାର ଦ୍ବିତୀୟ ଲହର ପାଇଁ ଏପ୍ରିଲ ମାସ ୧୫ ତାରିଖ ଠାରୁ ବନ୍ଦ ଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଛି। ସକାଳ ୬ ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ ମିଳିଥିଲା ପର୍ଯ୍ୟଟକଙ୍କ ଗହଳି।

ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ଟିକେଟ କରିବା ଅନିବାର୍ଯ୍ୟ ଥିବାବେଳେ, ପାର୍ଯ୍ୟଟକମାନେ ଅନଲାଇନରେ ଟିକେଟ କରି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏଏସଆଇ ପକ୍ଷରୁ ମନ୍ଦିର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ମାତ୍ର ପର୍ଯ୍ୟଟକଙ୍କ ପାଇଁ ଗାଇଡ଼ ଲାଇନ ଜାରି କରାଯାଇଛି। ଗାଇଡ଼ଲାଇନ ମୁତାବକ ପର୍ଯ୍ୟଟକମାନେ ଅନଲାଇନରେ ଏଏସଆଇର ୱେବ ସାଇଡରେ ଯାଇ ଟିକେଟ ବୁକ କରି ପାରିବେ ନଚେତ ସୂର୍ଯ୍ୟ ମନ୍ଦିର ବାହାରେ ଥିବା କ୍ବାର କୋର୍ଡରେ ସ୍କାନ କରି ଟିକେଟ କରିବେ।

ପରେ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ। ମନ୍ଦିରକୁ ପ୍ରବେଶ ପୂର୍ବରୁ ମୁଖ୍ୟ ଫାଟକ ନିକଟରେ ମାସ୍କର କଡାକଡ଼ି ଚେକିଂ କରାଯାଉଛି । ବିନା ମାସ୍କରେ ମନ୍ଦିରକୁ ପ୍ରବେଶ ଅନୁମତି ଦିଆଯାଉନାହିଁ। ପରେ ସନିଟାଇଜର ଓ ଥର୍ମାଲ ସ୍କ୍ରିନି ମଧ୍ୟ କରାଯାଉଛି। ଦୁଇ ପର୍ଯ୍ୟାୟରେ ପର୍ଯ୍ୟଟକମାନେ ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ। ସକାଳ ୬ ଟା ରୁ ମଧ୍ୟାହ୍ନ ୧୨ ଟା ମଧ୍ୟରେ ୧୦୦୦ ପର୍ଯ୍ୟଟକ ଏବଂ ମଧ୍ୟାହ୍ନ ୧୨ ଟାରୁ ସନ୍ଧ୍ୟା୬ ଟା ପର୍ୟ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ୧୦୦୦ ପର୍ଯ୍ୟଟକମାନେ ମନ୍ଦିରକୁ ଯାଇ ପାରିବେ। ଗୋଟିଏ ଦିନରେ ସର୍ବାଧିକ ୨୦୦୦ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର