ଆଜିଠୁ ଖୋଲିଲା ସୂର୍ଯ୍ୟ ମନ୍ଦିର

କୋଣାର୍କ (ବଡ଼ ଖବର ବ୍ୟୁରୋ): କଟକଣା ଭିତରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । କରୋନାର ଦ୍ବିତୀୟ ଲହର ପାଇଁ ଏପ୍ରିଲ ମାସ ୧୫ ତାରିଖ ଠାରୁ ବନ୍ଦ ଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଛି। ସକାଳ ୬ ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ ମିଳିଥିଲା ପର୍ଯ୍ୟଟକଙ୍କ ଗହଳି।

ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ଟିକେଟ କରିବା ଅନିବାର୍ଯ୍ୟ ଥିବାବେଳେ, ପାର୍ଯ୍ୟଟକମାନେ ଅନଲାଇନରେ ଟିକେଟ କରି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏଏସଆଇ ପକ୍ଷରୁ ମନ୍ଦିର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ମାତ୍ର ପର୍ଯ୍ୟଟକଙ୍କ ପାଇଁ ଗାଇଡ଼ ଲାଇନ ଜାରି କରାଯାଇଛି। ଗାଇଡ଼ଲାଇନ ମୁତାବକ ପର୍ଯ୍ୟଟକମାନେ ଅନଲାଇନରେ ଏଏସଆଇର ୱେବ ସାଇଡରେ ଯାଇ ଟିକେଟ ବୁକ କରି ପାରିବେ ନଚେତ ସୂର୍ଯ୍ୟ ମନ୍ଦିର ବାହାରେ ଥିବା କ୍ବାର କୋର୍ଡରେ ସ୍କାନ କରି ଟିକେଟ କରିବେ।

ପରେ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ। ମନ୍ଦିରକୁ ପ୍ରବେଶ ପୂର୍ବରୁ ମୁଖ୍ୟ ଫାଟକ ନିକଟରେ ମାସ୍କର କଡାକଡ଼ି ଚେକିଂ କରାଯାଉଛି । ବିନା ମାସ୍କରେ ମନ୍ଦିରକୁ ପ୍ରବେଶ ଅନୁମତି ଦିଆଯାଉନାହିଁ। ପରେ ସନିଟାଇଜର ଓ ଥର୍ମାଲ ସ୍କ୍ରିନି ମଧ୍ୟ କରାଯାଉଛି। ଦୁଇ ପର୍ଯ୍ୟାୟରେ ପର୍ଯ୍ୟଟକମାନେ ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ। ସକାଳ ୬ ଟା ରୁ ମଧ୍ୟାହ୍ନ ୧୨ ଟା ମଧ୍ୟରେ ୧୦୦୦ ପର୍ଯ୍ୟଟକ ଏବଂ ମଧ୍ୟାହ୍ନ ୧୨ ଟାରୁ ସନ୍ଧ୍ୟା୬ ଟା ପର୍ୟ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ୧୦୦୦ ପର୍ଯ୍ୟଟକମାନେ ମନ୍ଦିରକୁ ଯାଇ ପାରିବେ। ଗୋଟିଏ ଦିନରେ ସର୍ବାଧିକ ୨୦୦୦ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’