Masthead

ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ବିହାର ରାଜନୀତିରେ ହଲଚଲ । ପୁଅକୁ ଦଣ୍ଡ ଦେଲା ବାପା । ଆରଜେଡିରୁ ଛଅବର୍ଷ ପାଇଁ ପୁଅ ତେଜ ପ୍ରତାପଙ୍କୁ ବାପା ଲାଲୁ ଯାଦବ କଲେ ନିଲମ୍ବନ । ସୋସିଆଲ ମିଡିଆର ଏକ ପୋଷ୍ଟ ଚିନ୍ତା ପାଇଁ ପଡିଲା ତେଜ ପ୍ରତାପଙ୍କ ପାଇଁ ଭାରି । ଭବିଷ୍ୟତକୁ ବର୍ତ୍ତମାନ ଦ୍ୱନ୍ଦରେ ତେଜ ପ୍ରତାପ । ବାପା ଲାଲୁ ଯାଦବ ତଥା ଆରଜେଡି ସୁପ୍ରିମୋ ଦଳର ସଦସ୍ୟ ତଥା ପୁଅ ତେଜ ପ୍ରତାପଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରିଛନ୍ତି । ଲାଲୁ କହିଛନ୍ତି, ପୁଅର କାର୍ଯ୍ୟକଳାପ , ସାର୍ବଜନୀନ ଆଚରଣ ଏବଂ ଦାୟିତ୍ୱ ହୀନ ଆଚରଣ ପାଇଁ ଖାଲି ଦଳ ନୁହେଁ ପରିବାରରୁ ବି ହେଲେ ବିତାଡିତ ।

ଏବେ ଠାରୁ ତାଙ୍କର ଦଳ ଏବଂ ପରିବାରରେ କୌଣସି ପ୍ରକାରର ଭୂମିକା ରହିବ ନାହିଁ । ତାଙ୍କୁ ଦଳରୁ ୬ବର୍ଷ ପାଇଁ ବହିଷ୍କାର କରାଯାଇଛି । ସୂଚନା ଥାଉକି ଶନିବାର ସନ୍ଧ୍ୟାରେ ତେଜ ପ୍ରତାପ ଯାଦବଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ଭାଇରାଲ୍ ହୋଇଥିଲା । ତେଜ ପ୍ରତାପ ନିଜ ପୋଷ୍ଟରେ ଏକ ନୂଆ ସଂପର୍କକୁ ନେଇ ମତ ରଖିଥିଲେ । ଏଥିରେ ତେଜ ପ୍ରତାପଙ୍କୁ ଜଣେ ଝିଅ ସହିତ ଦେଖିବାକୁ ମିଳିଥିଲା ।

ପୋଷ୍ଟରେ ତାଙ୍କ ଗାର୍ଲଫ୍ରେଣ୍ଡ ରଖିଛନ୍ତି ମତ । ଆମେ ଦୁହେଁ ୧୨ବର୍ଷ ହେବ ଏକାଠି ସମ୍ପର୍କରେ ଅଛୁ । କିଛି ସମୟ ଭିତରେ କ୍ଷିପ୍ର ବେଗରେ ଫୋନକୁ ଫୋନ ଭାଇରାଲ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ପରେ ପ୍ରତାପଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଡିଲିଟ୍ ହୋଇଯାଇଥିଲା । ପରେ ସ୍ପଷ୍ଟୀକରଣ ରଖିବାକୁ ଯାଇ ତେଜ ପ୍ରତାପ କହିଥିଲେ କି ତାଙ୍କ ଆକାଉଣ୍ଟଟି ହ୍ୟାକ୍ ହୋଇଯାଇଛି । ଏହା ତାଙ୍କୁ ବଦନାମ କରିବା ପାଇଁ ଫୋଟ ଗୁଡିକୁ ଯୋଡା ଯାଇ ଭାଇରାଲ କରାଯାଉଛି । ଶେଷରେ ସେ ଲୋକଙ୍କ ନିକଟରେ ନିବେଦନ କରିଛନ୍ତି କି ଦୟା କରି ଏ ସବୁରେ ଧ୍ୟାନ ଦିଅନ୍ତୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା