Masthead

କାର୍ଯ୍ୟରତ ସାମ୍ବାଦିକଙ୍କୁ ଅକଥନୀୟ ଅତ୍ୟାଚାର, ଗଜେନ୍ଦ୍ର ଦଳେଇ ଗଲେ କୁଆଡେ?

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଠିକାଦାରଙ୍କ ଦାଦାଗିରି । ଚୋରି ପରେ ସିନାଚୋରି । ଦୁର୍ନୀତି ଖବର ପ୍ରସାରଣ କରିବାରୁ ଦେଖାଇଲେ ଉଗ୍ରରୂପ । କାର୍ଯ୍ୟରତ ସାମ୍ବାଦିକଙ୍କୁ ଅକଥନୀୟ ଅତ୍ୟାଚାର । ଠିକାଦାର ଗଜେନ୍ଦ୍ର ଦଳେଇ ଓ ତାଙ୍କ ସମର୍ଥକଙ୍କ ଅତର୍କିତ ଆକ୍ରମଣ । ବଡ଼ ଖବର ବଲାଙ୍ଗୀର ଜିଲ୍ଲା ପ୍ରତିନିଧିଙ୍କୁ ଆଟାକ୍ । କଙ୍ଗାରୁ କୋର୍ଟ କରି ଗୁଣ୍ଡାଗର୍ଦ୍ଦି । ମାଡ଼ ମାରିବା, ଧମକଚମକ୍ ଦେବା ସହ ଭାଙ୍ଗିଲେ ମୋବାଇଲ ଓ ବୁମ୍ । ଏପରିକି ବିଜୟ ପ୍ରଧାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଗଜେନ୍ଦ୍ର ଓ ତାଙ୍କ ସାଥୀ ।

ଏପରିିକି ବିଜୟ ପ୍ରଧାନଙ୍କୁ ଗଜେନ୍ଦ୍ର ଓ ତାଙ୍କ ଗୁଣ୍ଡା ଗୋଷ୍ଠୀ ଘେରିଯାଇ ହାତ ବାନ୍ଧିବା ସହ ଘୋଷାଡ଼ି ନେଇ ଆଉ ଖବର ପ୍ରସାରଣ ନ କରିବାକୁ କହିଥିବା କହିଛନ୍ତି ବିଜୟ । କିଛି ସାମ୍ବାଦିକଙ୍କ ସହଯୋଗରେ ହସ୍ପିଟାଲରେ ବିଜୟଙ୍କ ଚିକିତ୍ସା କରାଯାଇଥିଲା । ଡାକ୍ତରଖାନାରେ ପହଂଚିଥିଲେ ପୋଲିସ । ବଡ଼ ଖବର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ବିଜୟ ପ୍ରଧାନଙ୍କୁ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ଆକ୍ରମଣ ପରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଓ ସାମ୍ବାଦିକ ସଙ୍ଗଠନ ଏକାଠି ହୋଇଛନ୍ତି । ନ୍ୟାୟ ପ୍ରତିବାଦରେ ବଲାଙ୍ଗୀର ଏସପିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଦୋଷୀଙ୍କୁ ଗିରଫ କରାନଗଲେ ରାଜ୍ୟ ତମାମ ଆନେ୍ଦାଳନର ଚେତାବନୀ ଦେଇଛନ୍ତି ସାମ୍ବାଦିକ ସମୂହ । ବରିଷ୍ଠ ସାମ୍ବାଦିକ ଶରତ ମହାକୁର କହିଛନ୍ତି ଯେ ଦେଶରେ ଚତୁର୍ଥ ସ୍ତମ୍ଭ ସୁରକ୍ଷିତ ନୁହେଁ ।

ଏଭଳି ଘଟଣାର ବିହୀତ ପଦକ୍ଷେପ ନିଆଯାଉ । କଙ୍ଗାରୁ କୋର୍ଟ କରି ହାତ ବାନ୍ଧିବା, ଅମାନୁସିକ ଭାବେ ମାଡ଼ ମାରିବା ସଭ୍ୟ ସମାଜ ପାଇଁ ଗ୍ରହଣ ନୁହେଁ । ଦୋଷୀଙ୍କୁ ଶୀଘ୍ର ଗିରଫ କରାଯିବା ପ୍ରତିଶ୍ରୁତି ପୋଲି ଦେବା ପରେ ଧାରଣାରୁ ଉଠିଥିବା କହିଛନ୍ତି ଶରତ ମହାକୁର । ସେପଟେ ଠିକାଦାରଙ୍କ ଗୁଣ୍ଡାଗର୍ଦ୍ଦିକୁ ଦୃଢ ନିନ୍ଦା କରିଛନ୍ତି ବରିଷ୍ଠ ନେତା ଜଜେ୍ଞଶ୍ୱର ବାବୁ । ବଲାଙ୍ଗୀର ଜିଲ୍ଲା ପଇଁତଳା ଥାନା କୁଲୁଥିପାଲି ଗାଁରେ ଚାଲିଛି ଗାର୍ଡ ୱାଲ କାମ । ଯାହାର ଅଟକଳ ମୂଲ୍ୟ ୧୦ ଲକ୍ଷ ହେବ କୁହାଯାଉଛି ।

ଏହି କାର୍ଯ୍ୟରେ କୌଣସି ସୂଚନା ଫଳକୁ ନ ଥିବାରୁ ଦୁର୍ନୀତିର ଅଭିଯୋଗ ଆସିଥିଲା । ଖବର ପ୍ରସାରଣ କରିବାକୁ ଯାଇଥିବା ବେଳେ ଏଭଳି କାଣ୍ଡ ଭିଆଇଥିଲେ ଠିକାଦାର । ସେପଟେ ହାତଗୋଡ଼ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ଆକ୍ରମଣକାରୀ ଅବିନାଶ ଦଳାଇ ଓ ଆଦିତ୍ୟ ଜେନା ଗିରଫ ହୋଇଛନ୍ତି । ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଏବେବି ଫେରାର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ