Masthead

କାର୍ଯ୍ୟରତ ସାମ୍ବାଦିକଙ୍କୁ ଅକଥନୀୟ ଅତ୍ୟାଚାର, ଗଜେନ୍ଦ୍ର ଦଳେଇ ଗଲେ କୁଆଡେ?

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଠିକାଦାରଙ୍କ ଦାଦାଗିରି । ଚୋରି ପରେ ସିନାଚୋରି । ଦୁର୍ନୀତି ଖବର ପ୍ରସାରଣ କରିବାରୁ ଦେଖାଇଲେ ଉଗ୍ରରୂପ । କାର୍ଯ୍ୟରତ ସାମ୍ବାଦିକଙ୍କୁ ଅକଥନୀୟ ଅତ୍ୟାଚାର । ଠିକାଦାର ଗଜେନ୍ଦ୍ର ଦଳେଇ ଓ ତାଙ୍କ ସମର୍ଥକଙ୍କ ଅତର୍କିତ ଆକ୍ରମଣ । ବଡ଼ ଖବର ବଲାଙ୍ଗୀର ଜିଲ୍ଲା ପ୍ରତିନିଧିଙ୍କୁ ଆଟାକ୍ । କଙ୍ଗାରୁ କୋର୍ଟ କରି ଗୁଣ୍ଡାଗର୍ଦ୍ଦି । ମାଡ଼ ମାରିବା, ଧମକଚମକ୍ ଦେବା ସହ ଭାଙ୍ଗିଲେ ମୋବାଇଲ ଓ ବୁମ୍ । ଏପରିକି ବିଜୟ ପ୍ରଧାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଗଜେନ୍ଦ୍ର ଓ ତାଙ୍କ ସାଥୀ ।

ଏପରିିକି ବିଜୟ ପ୍ରଧାନଙ୍କୁ ଗଜେନ୍ଦ୍ର ଓ ତାଙ୍କ ଗୁଣ୍ଡା ଗୋଷ୍ଠୀ ଘେରିଯାଇ ହାତ ବାନ୍ଧିବା ସହ ଘୋଷାଡ଼ି ନେଇ ଆଉ ଖବର ପ୍ରସାରଣ ନ କରିବାକୁ କହିଥିବା କହିଛନ୍ତି ବିଜୟ । କିଛି ସାମ୍ବାଦିକଙ୍କ ସହଯୋଗରେ ହସ୍ପିଟାଲରେ ବିଜୟଙ୍କ ଚିକିତ୍ସା କରାଯାଇଥିଲା । ଡାକ୍ତରଖାନାରେ ପହଂଚିଥିଲେ ପୋଲିସ । ବଡ଼ ଖବର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ବିଜୟ ପ୍ରଧାନଙ୍କୁ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ଆକ୍ରମଣ ପରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଓ ସାମ୍ବାଦିକ ସଙ୍ଗଠନ ଏକାଠି ହୋଇଛନ୍ତି । ନ୍ୟାୟ ପ୍ରତିବାଦରେ ବଲାଙ୍ଗୀର ଏସପିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଦୋଷୀଙ୍କୁ ଗିରଫ କରାନଗଲେ ରାଜ୍ୟ ତମାମ ଆନେ୍ଦାଳନର ଚେତାବନୀ ଦେଇଛନ୍ତି ସାମ୍ବାଦିକ ସମୂହ । ବରିଷ୍ଠ ସାମ୍ବାଦିକ ଶରତ ମହାକୁର କହିଛନ୍ତି ଯେ ଦେଶରେ ଚତୁର୍ଥ ସ୍ତମ୍ଭ ସୁରକ୍ଷିତ ନୁହେଁ ।

ଏଭଳି ଘଟଣାର ବିହୀତ ପଦକ୍ଷେପ ନିଆଯାଉ । କଙ୍ଗାରୁ କୋର୍ଟ କରି ହାତ ବାନ୍ଧିବା, ଅମାନୁସିକ ଭାବେ ମାଡ଼ ମାରିବା ସଭ୍ୟ ସମାଜ ପାଇଁ ଗ୍ରହଣ ନୁହେଁ । ଦୋଷୀଙ୍କୁ ଶୀଘ୍ର ଗିରଫ କରାଯିବା ପ୍ରତିଶ୍ରୁତି ପୋଲି ଦେବା ପରେ ଧାରଣାରୁ ଉଠିଥିବା କହିଛନ୍ତି ଶରତ ମହାକୁର । ସେପଟେ ଠିକାଦାରଙ୍କ ଗୁଣ୍ଡାଗର୍ଦ୍ଦିକୁ ଦୃଢ ନିନ୍ଦା କରିଛନ୍ତି ବରିଷ୍ଠ ନେତା ଜଜେ୍ଞଶ୍ୱର ବାବୁ । ବଲାଙ୍ଗୀର ଜିଲ୍ଲା ପଇଁତଳା ଥାନା କୁଲୁଥିପାଲି ଗାଁରେ ଚାଲିଛି ଗାର୍ଡ ୱାଲ କାମ । ଯାହାର ଅଟକଳ ମୂଲ୍ୟ ୧୦ ଲକ୍ଷ ହେବ କୁହାଯାଉଛି ।

ଏହି କାର୍ଯ୍ୟରେ କୌଣସି ସୂଚନା ଫଳକୁ ନ ଥିବାରୁ ଦୁର୍ନୀତିର ଅଭିଯୋଗ ଆସିଥିଲା । ଖବର ପ୍ରସାରଣ କରିବାକୁ ଯାଇଥିବା ବେଳେ ଏଭଳି କାଣ୍ଡ ଭିଆଇଥିଲେ ଠିକାଦାର । ସେପଟେ ହାତଗୋଡ଼ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ଆକ୍ରମଣକାରୀ ଅବିନାଶ ଦଳାଇ ଓ ଆଦିତ୍ୟ ଜେନା ଗିରଫ ହୋଇଛନ୍ତି । ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଏବେବି ଫେରାର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା