Masthead

ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ପାରିବାରିକ କଳହ ଯୋଗୁଁ ସ୍ୱାମୀକୁ ହାଣି ଇଟାରେ ଛେଚି ହତ୍ୟା କଲା ସ୍ତ୍ରୀ । ସ୍ୱାମୀଙ୍କ ଅତ୍ୟାଚାରକୁ ସହ୍ୟ କରିନପାରି ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ତାଳସର ପଞ୍ଚାୟତର ଗୋପାଳପୁର ଠାରେ । ମୃତ ସ୍ୱାମୀ ଜଣ ହେଉଛନ୍ତି ନାରାୟଣ ଭୂୟାଁ । ପାରିବାରିକ କଳହ ଯୋଗୁ ସ୍ୱାମୀ ଠାରୁ ଅଲଗା ରହୁଥିଲେ ସ୍ତ୍ରୀ । ସ୍ତ୍ରୀ ରୀନା ଭୂୟାଁ ତାଙ୍କ ପୁଅ ସହ ବାହାରେ ରହି ଚାକିରି କରୁଥିଲେ । ନାରାୟଣ ରୀନାଙ୍କ ଚରିତ୍ର ଉପରେ ସନ୍ଦେହ କରି ଅତ୍ୟାଚାର କରୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଯୁକ୍ତି ଲାଗିଥିବା ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏହି ଧସ୍ତାଧସ୍ତିରେ ନାରାୟଣ ପଥର ଉପରେ ପଡିଯାଇଥିଲେ ଏବଂ ରାଗିଯାଇ ଘରୁ କୁରାଢ଼ୀ ଆଣିଥିଲେ ସ୍ତ୍ରୀକୁ ହାଣିବା ପାଇଁ । ସ୍ତ୍ରୀ ରାଗରେ ସେହି କୁରାଢ଼ିକୁ ଛଡାଇ ସ୍ୱାମୀକୁ ଚୋଟ ପକାଇବା ସହ ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ