ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା

ପୁରୀ (ବଡ଼ ଖବର ବ୍ୟୁରୋ): ନିଶାସକ୍ତ ପୁଅର ନୃଶଂସକାଣ୍ଡ। ଗାଁ ଦାଣ୍ଡରେ ମା’କୁ କୋଦାଳରେ ହାଣି ହତ୍ୟା କଲା ପୁଅ। ଆଜି ସକାଳେ ପୁରୀ ପେଣ୍ଠକଟା ମେରାଇନ ଥାନା ଅଧୀନ ସମଙ୍ଗରା ଗ୍ରାମରେ ଘଟିଛି ଏଭଳି ଲୋମଟାଙ୍କୁରା ବିଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ପୁଅକୁ ପିଟିପିଟି ଲହୁଲୁହାଣ କଲେ ଗ୍ରାମବାସୀ। ଯୁବକକୁ ଉଦ୍ଧାର କରିବା ବେଳେ ୪ ପୁଲିସ ଆହତ। ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ସମଙ୍ଗରା ଗ୍ରାମର କନକ ପ୍ରଧାନ ଗୋରୁଙ୍କୁ ଖାଇବାକୁ ଦେଉଥିଲେ। ଏହି ସମୟରେ ନିଶା ଖାଇବାକୁ ପୁଅ ବିକ୍ରମ ପ୍ରଧାନ ମା’କୁ ଟଙ୍କା ମାଗିଥିଲା।

ସବୁବେଳେ ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା କାରଣରୁ ପୁଅ ପାଇଁ ଚିନ୍ତିତ ଥିବା କନକ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲା ବିକ୍ରମ। ପାଖରେ ଥିବା ଏକ କୋଦାଳରେ ମା’ କନକଙ୍କ ମୁଣ୍ଡକୁ ମାରିଥିଲା ଚୋଟ। ଏଥିରେ କନକଙ୍କ ମୁଣ୍ଡ ଦୁଇ ଫାଳ ହୋଇଯାଇଥିଲା। ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ପ୍ରବଳ ରକ୍ତସ୍ରାବ ହେବା ସହ ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଗାଁ ଲୋକେ ଘେରିଯାଇ ବିକ୍ରମକୁ କାବୁ କରିଥିଲେ।

ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ତାକୁ ପିଟିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏସଆଇ, ଏଏସଆଇ, ହାବିଳଦାର ଗ୍ରାମବାସୀଙ୍କ କବଳରୁ ବିକ୍ରମକୁ ଉଦ୍ଧାର କରିବା ସମୟରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହି ଚାରିଜଣ ମଧ୍ୟ ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ବିକ୍ରମକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଆଇଆଇସିଙ୍କ ଚାର୍ଜରେ ଥିବା ଡିଏସପି ବବିତା ଦଳେଇ କହିଛନ୍ତି। ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଶବ ଜବତ କରିଛି। ପୂର୍ବରୁ ନିଶାଗ୍ରସ୍ତ ଅବସ୍ଥାରେ ମାରପିଟ କରିବା ଯୋଗୁଁ ବିକ୍ରମର ପତ୍ନୀ ତାଙ୍କର ୨ପୁଅ-ଝିଅଙ୍କୁ ନେଇ ବାପଘରକୁ ପଳାଇଥିଲେ। ବିକ୍ରମ ବାପା-ମାଆଙ୍କୁ ମାଡ଼ ମାରି ପୂର୍ବରୁ ଜେଲ ଯାଇଥିଲା ବୋଲି ପୁଲିସ କହିଛି। ଜାମିନରେ ଫେରିବା ପରେ ବି ତା’ ଆଚରଣରେ ସୁଧାର ଆସି ନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ