Masthead

ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ । ଇରାନ୍- ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ । ମିସାଇଲ ମାଡ଼ ସହ ଘମାଘୋଟ ଯୁଦ୍ଧ । ବାଲାଷ୍ଟିକ୍ ମିସାଇଲ୍ ମାଡ ସହ ଜଳୁଛି ଅନେକ ସହର । ସାମରିକ ଘାଟି ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ୍ । ଏପ୍ରିଲ୍‌ରେ ଅସ୍ତ୍ରବିରତି ପରେ ପ୍ରଥମ ଥର ଆକ୍ରମଣ ହୋଇଛି । ଇରାକ ଓ ସିରିଆ ଆକାଶମାର୍ଗ ଉପରେ କଟକଣା ଲାଗିଛି ।

ଇସ୍ରାଏଲୀ ବାୟୁସେନା ଇରାନ ଅଞ୍ଚଳରେ ପ୍ରବେଶ ନକରି ଇରାନ ବାହାରୁ କ୍ଷେପଣାସ୍ତ୍ର ମାଡ଼ କରି ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି ।  ଆକ୍ରମଣର ଶକ୍ତିଶାଳୀ ଜବାବ ଦିଆଯିବ ବୋଲି କହିବାର କିଛି ସମୟରେ ଇରାନ ଉପରେ ବର୍ଷି ପଡିଛି ଇସ୍ରାଏଲ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶୋଧ ନ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି । ତେହେରାନ ସମେତ ତାବ୍ରିଜ୍ ଓ ଇସ୍ଫାହାନରେ ମଧ୍ୟ ଆକ୍ରମଣ ହୋଇଛି ।

ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଇରାନ ଉପରେ ପାଲଟା ଆକ୍ରମଣ ନକରିବାକୁ ସ୍ପଷ୍ଟ ଭାବେ କହିଥିଲେ । ସୂଚନା ଅନୁସାରେ ଇରାନର ସରକାରୀ ଟିଭି ଚ୍ୟାନେଲ କହିଛି ଯେ ଇସଫାହାନ, ତବ୍ରିଜ ଏବଂ ରାଜଧାନୀ ତେହେରାନରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି । ଉଭୟ ପକ୍ଷରୁ ହେଉଥିବା ଏହି ଆକ୍ରମଣ ଏପରି ଏକ ସମୟରେ ଘଟିଛି, ଯେତେବେଳେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଚାଲିଥିବା ଶାନ୍ତି ପ୍ରକ୍ରିୟା ଗମ୍ଭୀର ସଙ୍କଟ ଦେଇ ଗତି କରୁଛି ।

ଏହା ପୂର୍ବରୁ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଗତ ଏପ୍ରିଲ ୮ ତାରିଖରେ ଆରମ୍ଭ ହୋଇଥିବା ଅସ୍ତ୍ରବିରତି ପରେ ଏହା ପ୍ରଥମ ଥର ଥିଲା ଯେବେ ଇରାନ ସିଧାସଳଖ ଇସ୍ରାଏଲକୁ ଟାର୍ଗେଟ କରିଥିଲା । ନୂତନ ଅସ୍ତ୍ରବିରତି ସତ୍ତ୍ୱେ ଇସ୍ରାଏଲ ଲେବାନନ୍ ଉପରେ ଆକ୍ରମଣ ଜାରି ରଖିଥିବାରୁ ଇରାନ ଏହି ଆକ୍ରମଣ କରିଥିବା କହିଛି । ବିଶେଷ କରି ରବିବାର ଦିନ ଇସ୍ରାଏଲ କୌଣସି ଚେତାବନୀ ନଦେଇ ଲେବାନନର ରାଜଧାନୀ ବେରୁତର ଦକ୍ଷିଣ ଉପକଣ୍ଠରେ ଆକ୍ରମଣ କରିବା ପରେ ଇରାନ ଏହାର ଜବାବ ଦେବାକୁ ଚେତାବନୀ ଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ