Masthead

୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ । ପାକ୍ ଗୁଇନ୍ଦାଙ୍କୁ ଖୋଜୁଛି ଏନଆଇଏ । ପାକିସ୍ତାନ ପାଇଁ ଗୁଇନ୍ଦାଗିରି ସନେ୍ଦହରେ ରେଡ୍ କରାଯାଉଛି । ସନେ୍ଦହଜନକ ବ୍ୟକ୍ତି ପାଇଁ ଆର୍ଥିକ କାରବାର କରିଥିଲେ । ଦେଶବିରୋଧୀ ତତ୍ତ୍ବଙ୍କୁ ଖୋଜି ବାହାର କରିବା ପାଇଁ ବଡ଼ ଅପରେସନ । ଜାତୀୟ ତଦନ୍ତ ସଂସ୍ଥା ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ୮ଟି ରାଜ୍ୟର ୧୫ଟି ସ୍ଥାନରେ ବଡ଼ ଧରଣର ତଲାସୀ ଅଭିଯାନ ଚଳାଇଛି ।

ଦିଲ୍ଲୀ, ମହାରାଷ୍ଟ୍ରର ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ସମୟରେ ଅନେକ ଇଲେକ୍ଟ୍ରୋନିକ୍ ଉପକରଣ ଓ ସମ୍ବେଦନଶୀଳ ଦସ୍ତାବିଜ ଜବତ ହୋଇଛି । ତଲାସୀ କରାଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କର ପାକିସ୍ତାନୀ ଗୁଇନ୍ଦା ଅପରେଟିଭ୍‌ଙ୍କ ସହ ସମ୍ପର୍କ ରହିଛି । ଏମାନେ ଭାରତରେ ଗୁଇନ୍ଦାଗିରି କାର୍ଯ୍ୟକଳାପ ପାଇଁ ଆର୍ଥିକ ମାଧ୍ୟମ ଭାବେ କାମ କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ