Masthead

ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) ବିଶ୍ୱରେ ବଢୁଛି ଅଶାନ୍ତି । ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ବିଶ୍ୱ ସମୂଦାୟ । ହେବ କି ତୃତୀୟ ବିଶ୍ୱଯୁଦ୍ଧ? ଋଷିଆ-ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନର ୱାର । ଗାଜା-ଇସ୍ରାଇଲ ମଧ୍ୟରେ ଘମାସାନ । ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା । ଏ ସବୁ ଦିଗକୁ ଦେଖିଲା ପରେ ଲାଗୁଛି ଯେମିତି ତୃତୀୟ ବିଶ୍ୱଯୁଦ୍ଧ ଖୁବ ନିକଟତର । ଋଷିଆ ଏୟାରବେସ୍ ଉପରେ ୟୁକ୍ରେନର ଆକ୍ରମଣ । ଏହାପରେ ରୁଷର ଆଭିମୁଖ୍ୟକୁ ଦେଖିଲା ପରେ ଏକଥା କୁହାଯାଉଛି ଯେ ହେବ କି ତୃତୀୟ ବିଶ୍ୱଯୁଦ୍ଧ । କୁହାଯାଉଛି ୧୧୭ଟି ଡ୍ରୋନ ଆକ୍ରମଣରେ ରୁଷର ୪୦ଟି ଲଢୁଆ ବିମାନ ଧ୍ୱଂସ ହୋଇଛି । ଏପରିକି ୫ଟି ଏୟାରବେସ୍ ନଷ୍ଟ ହୋଇଛି । ଋଷିଆର ଞଟ-୯୫ ଏବଂ ଞଟ-୨୨ ଭଳି ବିମାନ ଧ୍ୱଂସ ହୋଇଥିବା କୁହାଯାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଏ ଲଢେଇ ଆଜିର ନୁହେଁ ଦୀର୍ଘ ତିନି ବର୍ଷ ହେଲାଣି । ସମାଧାନ ପରିବର୍ତ୍ତ ଦିନକୁ ଦିନ ବଢୁଛି ।

ଏବେ ୟୁକ୍ରେନର ଏତେ ବଡ଼ ଆକ୍ରମଣକୁ ରଷ୍ କିଭଳି ଗ୍ରହଣ କରିବ ତାହା ସମୟ କହିବ । ସେପଟେ ଗାଜା ଓ ଇସ୍ରାଇଲ ମଧ୍ୟରେ ଦୀର୍ଘ ଦିନ ହେଲା ଯୁଦ୍ଧ ଚାଲିଛି । ଏହି ଦୁଇ ରାଷ୍ଟ୍ରକୁ ବଡ଼ ବଡ଼ ଶକ୍ତି ସମର୍ଥନ ମଧ୍ୟ କରିଆସୁଛନ୍ତି । ଫଳରେ ଥମିବା ବଦଳରେ ଯୁଦ୍ଧ ଆଗକୁ ଆଗକୁ ବଢୁଛି । ଇସ୍ରାଇଲର ଘନ ଘନ ଆକ୍ରମଣରେ ଗାଜା ସହରେ ମାଟିରେ ମିଶିବାରେ ଲାଗିଛି । ନଗଦ ନଗଦ ଗାଜା ଉପରେ ଇସ୍ରାଇଲର ଆକ୍ରମଣ ଫଳରେ ଅନେକ ଲୋକଙ୍କ ମୃତୁ୍ୟ ଖବର ବିଶ୍ୱକୁ ହତଚକିତ କରିଛି । ଅନ୍ୟପଟେ ଭାରତ ଓ ପାକିସ୍ତାନ ମଧ୍ୟରେ ଆତଙ୍କବାଦକୁ ନେଇ ଲାଗି ରହିଛି ଯୁଦ୍ଧ ।

ଭାରତର ଅପରେସନ ସିନ୍ଦୂର ପରେ ଯଦିଓ କିଛି ମାତ୍ରାରେ ନିରବ ରହିଛି ପାକିସ୍ତାନ, ହେଲେ ଯେ ନିତିଶିକ୍ଷା ପାଇବ ଏବଂ ଆଗକୁ ବଢିବ । ଏକଥାକୁ ଗ୍ରହଣ କରାଯାଇନପାରେ । କେତେବେଳେ ପୁଣି ଆକ୍ରମଣ କରିପାରେ ପାକିସ୍ତାନ । ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତ ଥିବା ସହ ମଝିରେ ମଝିରେ ମକଡି୍ରଲ କରୁଛି । ଏ ସମସ୍ତ ତ ବଡ଼ ବଡ଼ ଦେଖକୁ ଦେଖିଲା ପରେ ଲାଗୁଛି ଯେମିତି ହେବ କି ତୃତୀୟ ବିଶ୍ୱଯୁଦ୍ଧ । ଆମେରିକା, ୠଷିଆ, ଚୀନ, ଭାରତ ଓ ପାକିସ୍ତାନ ଭଳି ଦେଶରେ ଯେତେବେଳେ ପାରମାଣୁ ବୋମା ଅଛି, ଯୁଦ୍ଧ ହେଲେ ନିଶ୍ଚିତ ଭାବେ ପରମାଣୁ ଦେଶ ଭାଗ ଭାଗ ହୋଇଯିବେ । ଜଣେ ଅନ୍ୟ ଜଣଙ୍କୁ ସାହର୍ଯ୍ୟ କରିବ । ଫଳରେ ବିଧ୍ୱଂସଲୀଳା ଆଗକୁ ଅଧିକ ଉଗ୍ରରୂପ ନେଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା