Masthead

ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ

ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଶେଖ ମୁଜିବୁର ରହମାନଙ୍କ ଫଟୋକୁ ନୂତନ ନୋଟରୁ ହଟାଯାଇଛି ।

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) :ପ୍ରମୁଖ ରାଜନୈତିକ ଏବଂ ନେତୃତ୍ୱ ପରିବର୍ତ୍ତନ ମଧ୍ୟରେ ବାଂଲାଦେଶ ନୂତନ ମୁଦ୍ରା ନୋଟ ଉନ୍ମୋଚନ କରିଛି । ଯେଉଁଥିରେ ଶେଖ୍ ମୁଜିବୁରଙ୍କ ପ୍ରତିଛବି ବଦଳରେ ହିନ୍ଦୁ ଓ ବୌଦ୍ଧ ମନ୍ଦିର, ଲ୍ୟାଣ୍ଡମାର୍କ ଏବଂ କଳାକୃତିକୁ ଦର୍ଶାଯାଇଛି ।

ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଫଟୋକୁ ନୂତନ ନୋଟରୁ ହଟାଯାଇଛି । ଜୁନ ଏକ ତାରିଖ ଦିନ ପ୍ରକାଶିତ ପୁନଃନିର୍ମାଣ ନୋଟ୍ସରେ ଏବେ ହିନ୍ଦୁ ଓ ବୌଦ୍ଧ ମନ୍ଦିର, ପାରମ୍ପରିକ ସ୍ଥଳୀ ଏବଂ ପ୍ରସିଦ୍ଧ ଜାତୀୟ କଳାକୃତିର ଚିତ୍ର ଛପାଯାଇଛି । ଯାହା ଦେଶର ରାଜନୈତିକ ଏବଂ ସାଂସ୍କୃତିକ ବର୍ଣ୍ଣନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକାତ୍ମକ ପରିବର୍ତ୍ତନର ସଙ୍କେତ ଦେଉଛି ।

୧୯୭୧ ମସିହାରୁ ବାଂଲାଦେଶର ଜନ୍ମ ତଥା ସ୍ୱାଧିନତା ପାଇବା ପରଠାରୁ ପ୍ରତ୍ୟେକ ନୋଟରେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ମୁଜିବୁର ରହମାନଙ୍କ ଫଟୋ ପ୍ରକାଶ ହେଉଥିଲା । ଗତ ବର୍ଷ ତାଙ୍କ ଝିଅ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରାଯାଇଥିଲା । ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ରାଜନୈତିକ ପ୍ରତିମାକୁ ହଟାଇବା ପାଇଁ ଦେଶରେ ମୁଦ୍ରାର ପୁନଃନିର୍ମାଣ ଘୋଷଣା କରିଥିଲେ । ବାଂଲାଦେଶ ବ୍ୟାଙ୍କର ମୁଖପାତ୍ର ଆରିଫ ହାସେନ୍ ଖାନ ଏଏଫପିକୁ କହିଛନ୍ତି ଯେ ନୂତନ ସିରିଜ୍ ଏବଂ ଡିଜାଇନ ଅନୁଯାୟୀ ନୋଟ ଗୁଡିକରେ କୌଣସି ମାନବ ଚିତ୍ର ରହିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ