Masthead

ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ

ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଶେଖ ମୁଜିବୁର ରହମାନଙ୍କ ଫଟୋକୁ ନୂତନ ନୋଟରୁ ହଟାଯାଇଛି ।

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) :ପ୍ରମୁଖ ରାଜନୈତିକ ଏବଂ ନେତୃତ୍ୱ ପରିବର୍ତ୍ତନ ମଧ୍ୟରେ ବାଂଲାଦେଶ ନୂତନ ମୁଦ୍ରା ନୋଟ ଉନ୍ମୋଚନ କରିଛି । ଯେଉଁଥିରେ ଶେଖ୍ ମୁଜିବୁରଙ୍କ ପ୍ରତିଛବି ବଦଳରେ ହିନ୍ଦୁ ଓ ବୌଦ୍ଧ ମନ୍ଦିର, ଲ୍ୟାଣ୍ଡମାର୍କ ଏବଂ କଳାକୃତିକୁ ଦର୍ଶାଯାଇଛି ।

ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଫଟୋକୁ ନୂତନ ନୋଟରୁ ହଟାଯାଇଛି । ଜୁନ ଏକ ତାରିଖ ଦିନ ପ୍ରକାଶିତ ପୁନଃନିର୍ମାଣ ନୋଟ୍ସରେ ଏବେ ହିନ୍ଦୁ ଓ ବୌଦ୍ଧ ମନ୍ଦିର, ପାରମ୍ପରିକ ସ୍ଥଳୀ ଏବଂ ପ୍ରସିଦ୍ଧ ଜାତୀୟ କଳାକୃତିର ଚିତ୍ର ଛପାଯାଇଛି । ଯାହା ଦେଶର ରାଜନୈତିକ ଏବଂ ସାଂସ୍କୃତିକ ବର୍ଣ୍ଣନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକାତ୍ମକ ପରିବର୍ତ୍ତନର ସଙ୍କେତ ଦେଉଛି ।

୧୯୭୧ ମସିହାରୁ ବାଂଲାଦେଶର ଜନ୍ମ ତଥା ସ୍ୱାଧିନତା ପାଇବା ପରଠାରୁ ପ୍ରତ୍ୟେକ ନୋଟରେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ମୁଜିବୁର ରହମାନଙ୍କ ଫଟୋ ପ୍ରକାଶ ହେଉଥିଲା । ଗତ ବର୍ଷ ତାଙ୍କ ଝିଅ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରାଯାଇଥିଲା । ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ରାଜନୈତିକ ପ୍ରତିମାକୁ ହଟାଇବା ପାଇଁ ଦେଶରେ ମୁଦ୍ରାର ପୁନଃନିର୍ମାଣ ଘୋଷଣା କରିଥିଲେ । ବାଂଲାଦେଶ ବ୍ୟାଙ୍କର ମୁଖପାତ୍ର ଆରିଫ ହାସେନ୍ ଖାନ ଏଏଫପିକୁ କହିଛନ୍ତି ଯେ ନୂତନ ସିରିଜ୍ ଏବଂ ଡିଜାଇନ ଅନୁଯାୟୀ ନୋଟ ଗୁଡିକରେ କୌଣସି ମାନବ ଚିତ୍ର ରହିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ