Masthead

ଲୋକ ଫାଇନ ଗଣୁଛନ୍ତି ଏଣେ ତହସିଲଦାର ନାଚୁଛନ୍ତି

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): କୋଭିଡ୍ କଟକଣାକୁ ଫୁ । କୌଣସି ସାଧାରଣ ବ୍ୟକ୍ତି ନୁହେଁ ନିୟମ ଉଲଂଘନ କରିଛନ୍ତିି ଖୋଦ ତହସିଲଦାର । ନିଜ ସାନ ଭାଇଙ୍କ ବାହାଘରରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲିଦାର କରିଛନ୍ତି । ସୁକିନ୍ଦା ତହସିଲିଦାର ମ୍ୟାଡମ ବୁଲବୁଲ ବେହେରା ଲୋକଙ୍କୁ କରୋନା କଟକଣାର ପାଠପଢ଼ାଉଥିବା ବେଳେ ଅନ୍ୟ ଏକ ଜିଲ୍ଲାକୁ ଯାଇ କିଭଳି ନିୟମ ଉଲଂଘନ କରିଛନ୍ତି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ମୁତାବକ ଚଳିତ ମାସ ୨୧ ତାରିଖରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍ ଜଗନ୍ନାଥପୁର ଗାଁରେ ତହସିଲିଦାରଙ୍କ ଭାଇ ବାହାଘର ହେଉଥିଲା। ଯାହାକି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ବାହାରେ ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିନରେ୨୫ ଜଣଙ୍କ ଭିତରେ ବାହାଘର ପାଇଁ ନିୟମ ରହିଥିବା ବେଳେ ତାହାର ସମ୍ପୂର୍ଣ ଉଲଘଂନ କରାଯାଇଥିଲା ଏହି ବାହାଘରରେ । ସବୁଠାରୁ ବଡ଼କଥା ହେଲା ବାଣ ଫୁଟାଇ ଜୋରଦାର ବାଜାବଜାଇ କଟକଣା ବାହାରେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ ଭାଇ ବର ହୋଇ ଆସିଥିବାବେଳେ ଖୋଦ୍ ତହସିଲଦାର ମୁହଁରୁ ମାସ୍କ ଖୋଲି ବରଯାତ୍ରୀରେ ଡ୍ୟାନ୍ସ କରୁଥିଲେ।ସ୍ଥାନୀୟ ପୋଲିସ ପ୍ରଶାସନ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିଲା । ମାତ୍ର ଜରିମାନା ଆଦାୟ ନ କରି ଫେରି ଆସିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ