ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିସ୍ଫୋରକ ଜବତ ଘଟଣା । ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ । ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ । ଉଭୟ ପତିପତ୍ନୀଙ୍କୁ ମୁହାଁମୁହିଁ ଜେରା କରାଯିବ । ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ୨ ଦିନିଆ ରିମାଣ୍ଡ ମଞ୍ଜୁର କରିଛନ୍ତି କୋର୍ଟ ।

ସେପଟେ ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା କରୁଛି ପୋଲିସ । ରାଉରକେଲା ପୋଲିସ ପକ୍ଷରୁ ନୋଟିସ୍ ପରେ ଜେରା କରାଯାଉଛି । ରଘୁନାଥପାଲି ଥାନାରେ ନିକିତାଙ୍କୁ ପଚରାଉଚରା କରାଯାଉଛି । ନିକିତାଙ୍କ ନାଁରେ ହାଇଦ୍ରାବାଦରୁ ଆସିଥିଲା ବାରୁଦ ଗାଡ଼ି ।

ହାଇଦ୍ରାବାଦରୁ  ୧୫ ଟନ୍ ବାରୁଦ ଓ ୩ ଲକ୍ଷ ମିଟର ବିସ୍ଫୋରକରେ ବ୍ୟବହୃତ ତାର ଆସିଲା ପରେ ଖୋଲିଥିଲା ଗୁମର । ହାଇଦ୍ରାବାଦରୁ ଆସିଥିବା ବାରୁଦ ଓ ବିସ୍ଫୋରକ ସାମଗ୍ରୀର ଟେମ୍ପରାରି ପରମିଟ୍ ଗଣମାଧ୍ୟମ ହାତରେ ଲାଗିଛି । ଗିରଫ ଗୋଦାମ ମାଲିକ ଶ୍ରବଣଙ୍କ ନାଁରେ ଅଧା ବାରୁଦ ଆସିଥିବା ବେଳେ ଆଉ ଅଧା ବାରୁଦ ଆସିଛି ନିକିତା ଏଣ୍ଟରପ୍ରାଇଜେସ୍ ମାଲିକ ନିକିତା ଅଗ୍ରୱାଲଙ୍କ ନାଁରେ । ବାରୁଦ ଓ ବିସ୍ଫୋରକ ବ୍ୟବହୃତ ତାର ମଧ୍ୟ ଉଭୟଙ୍କ ନାଁରେ ଆସିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’