Masthead

‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ତମାଖୁ ଛାଡନ୍ତୁ ସୁସ୍ଥ ରୁହନ୍ତୁ । ନିଶା ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟର କ୍ଷତି ହେବା ସହ ମାନସିକ ସ୍ତରରେ ମଧ୍ୟ ଚାପ ପଡିଥାଏ । ନିଶା ଜୀବନର ଆଲୋକକୁ ଅନ୍ଧାର ଆଡକୁ ଟାଣି ନେଇଥାଏ । ନିଶା ଗୋଟିଏ ବ୍ୟକ୍ତିକୁ ତାର ପରିବାର, ସମ୍ପର୍କ ଓ ପ୍ରେମ ଠାରୁ ଛଡାଇ ନେଇଥାଏ । ଯେମିତି ଗୋଟିଏ ପରିବାର ବା ସମ୍ପର୍କକୁ ଛାରଖାର କରିଦେଇଥାଏ । ଆଜିକାଲି ଯୁବପିଢିଙ୍କ ମତରେ ନିଶା ସେବନ କଲେ ଶାନ୍ତି ମିଳିଥାଏ କିନ୍ତୁ ଏହା ହୋଇ ନ ଥାଏ । ସେହିପରି ସନ୍ଥ ରାମପାଲଜୀ ମହାରାଜାଙ୍କ ମତରେ ନିଶା ତୁମକୁ ଶକ୍ତି ଦିଏ ନାହିଁ ବରଂ ତୁମର ଆତ୍ମିକ ଶକ୍ତିକୁ ହାସ୍ର କରିଥାଏ । ଯେତେବେଳେ ବିବାହର କଥା ଆସେ ଗୋଟେ ଝିଅ ତାର ଜୀବନ ସାଥୀଟେ ବାଛି ଥାଏ, କିନ୍ତୁ ତାର ମନରେ ପ୍ରଶ୍ନଟିଏ ଆସିଥାଏ ଯଦି ମୋ ସାଥୀଟି ନିଶା ଖାଉଥିବ? ବର୍ତ୍ତମାନ ନିଶା ନ ଖାଇଲେ ଯଦି ବିବାହ ପରେ ଖାଏ?

ତେବେ ସେ ଏହି ନିଶା ଶଦ୍ଦରେ ହିଁ ଅଟକି ଯାଇଥାଏ । ଏହାକୁ ନେଇ ସେ ଚିନ୍ତାରେ ପଡିଯାଇଥାଏ । ଯେଉଁ ବ୍ୟକ୍ତି ତମାଖୁ ସେବନ କରୁଛନ୍ତି ନିଜ ଭବିଷ୍ୟତ ଖରାପ କରିବା ସହ ଆର୍ଥିକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ପରିବାରରେ ମଧ୍ୟ ବିଶୃଖଳିତ ଦେଖାଯାଇ ଥାଏ । ଲୋକଙ୍କୁ ସଚେତନ କରିବା ପାଇଁ ମେ ୩୧ ବିଶ୍ୱ ତମାଖୁ ବର୍ଜନ ଦିବସରେ ରେଡ୍ ଏଫେମ୍ ୯୩.୫ ଏଚ୍.ସି.ଜି ପଣ୍ଡା କ୍ୟାନସର୍ ହସ୍ପିଟାଲ୍ରେ ଏକ ତମାଖୁ ବର୍ଜନ ପୋଗ୍ରାମ ଆୟୋଜିତ କରିଥିଲେ । ଯାହାର ଥିମ୍ ଥିଲା ‘ଝିଅଟିର ସାଥୀ ଯଦି ତମାଖୁ ଖାଉଛି’, ତାହାଲେ ସେ ତାକୁ ବିବାହ କରିବ କି? ଏହି ଥିମ୍ରେ ଝିଅ ମାନେ କନ୍ୟା ବିବାହର ବେଶ ନେଇ ଥିଲେ ।ପ୍ରଥମଥର ପାଇଁ ଝିଅ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ଆଗକୁ ଆସିଥିଲେ । ସେଠାରେ ଥିବା କ୍ୟାନସର୍ ଡାକ୍ତର ମାନଙ୍କୁ ସମ୍ମାନୀତ କରିଥିଲେ । ଏହା ପରେ ଏକ ରାଇଡ୍ ରେ ଝିଅ ମାନେ ଯାତ୍ରା ଆରମ୍ଭ କରିଥିଲେ ।

ତମାଖୁ ବର୍ଜନ ଦିବସ ପାଇଁ କିଛି ଶ୍ଲୋଗାନ୍ ମଧ୍ୟ ଦେଇଥିଲେ । ‘ଗୁଟଖା ଖାଇବା ବନ୍ଦକର ତା’ ପରେ ଯାଇ ବାହାଘର’,‘ସେ ନୋ ଟୁ ତମାଖୁ,ସେ ୟେସ୍ ଟୁ ଲଭ୍, ‘ସାଦି ମେଁ ଜରୁର୍ ଆନା ତମାଖୁ ସାଥ ମତ୍ ଲାନା’  ‘ଯଦି ବାହା ହେବାକୁ ମନ ତମାଖୁ ଛାଡ ଧନ’ । ଏହିପରି ଭାବରେ ଲୋକଙ୍କ ନିକଟରେ ସଚେତନର ବାର୍ତ୍ତା ପହଚାଇଥିଲେ । ତମାଖୁ ସେବନ କରିବା ଦ୍ୱାରା ଲୋକମାନେ କର୍କଟ ଓ ହୃଦରୋଗରେ ପିଡିତ ହେଉଛନ୍ତି । ତମାଖୁ ସେବନକୁ ନେଇ କର୍କଟ ରୋଗର ସଂଖ୍ୟା ବଢିଚାଲିଛି । ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ୯ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ପ୍ରତି ଘଣ୍ଟାରେ ୯୦ ଜଣଙ୍କ ଜୀବନ ଜାଉଛି । ଗୋଟିଏ ସିଗାରେଟରେ ରହିଛି ୪୮୦୦ ପ୍ରକାରର ରାସାୟନିକ ଯେଉଁଥିରୁ ୬୯ ରାସାୟନିକ କ୍ୟାନସର ସୃଷ୍ଟିକାରୀ । ତେଣୁ କରି ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ମେ ୩୧ ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଏ । ମିଳିତ ଜାତିସଂଘ (ଡବ୍ଲୁଏଚ୍ଓ) ୧୯୮୯ମସିହା ଜୁନ୍ ୨୬ରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଆର୍ନ୍ତଜାତୀୟ ନିଶା ନିବାରଣ ଦିବସ ପାଳନ ହୋଇଥିଲା । ଏହା ପରଠାରୁ ପ୍ରତିବର୍ଷ ସେହି ଦିନରେ ନିଶା ନିବାରଣ ଦିବସ ପାଳନ ହୋଇ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ