Masthead

ନୂଆ ସରକାର ଆସିଲେ, କ’ଣ ହେବ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତୀୟ ଜନତା ପାର୍ଟି ଓଡିଶାବାସୀଙ୍କ ବିଶ୍ୱାସ ହାତେଇଛି । ଜନାଦେଶ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ଓଡିଶାରେ ସରକାର ଗଢିବ ବିଜେପି । ତେବେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଢିବ । ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ ବିଜେପି ହାତକୁ ଆସିଛି ୭୮ଟି ଆସନ । ଲୋକସଭାରେ ବି ରେକର୍ଡ ବିଜୟ ହାତେଇଛି ବିଜେପି । ଏବେଠୁ ଅଫିସର ମହଲରେ ପଶିଗଲାଣି ଛନକା। ପୁରୁଣା ସରକାରରେ ଯେଉଁ ଅଫିସର ମାନେ ଆଗଧାଡିରେ ଥିଲେ ଏବେ ସେମାନଙ୍କ ମୁଣ୍ଡ ବଥା ।

ଆଇଏଏସ୍‌, ଆଇପିଏସ, ଓପିଏସ୍ ଏବଂ ଓଏଏସ୍ ଅଫିସରଙ୍କ ସ୍ତରରେ ଛନକା ବଢ଼ିଯାଇଛି । ସରକାରଙ୍କ ଶୁଭ ଦୃଷ୍ଟିରେ ରହିବେ ନା କୋପ ଦୃଷ୍ଟିରେ ବଳି ପଡ଼ିବେ, ସେଇ ଚିନ୍ତା ଘାରିଲାଣି । କାହିଁକି ନା ଆରମ୍ଭରୁ ବିଜେପି ଓଡ଼ିଶାରେ ଅଫିସର ରାଜକୁ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇଥିଲା । ପ୍ରଚାରରେ ସିଧାସିଧା ବିଜେପି ନେତାମାନେ କହିଥିଲେ, ବିଜେପି ଆସିଲେ ଓଡ଼ିଶାରେ ଅଫିସର ରାଜ୍ ଚାଲିବନି । ଆଉ ସତକୁ ସତ ଏବେ ଓଡ଼ିଶାରେ ସରକାର ଗଢିବାକୁ ଯାଉଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରେ କାର୍ଯ୍ୟ କରୁଥିବା କିଛି ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗରେ ଦୀର୍ଘ ବର୍ଷ ଧରି ବଡ଼ ପଦବିରେ ଥିବା ଅଫିସରଙ୍କ ମୁଣ୍ଡ ଗୋଲ୍ ।

ନୂଆ ସରକାର ଆସିଲେ, କ’ଣ ହେବ? ଚର୍ଚ୍ଚା ହେଉଛି କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇପାରେ । ଆଉ କେତେକ ଅଫିସରଙ୍କ ଆସନ ଉପରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ । ଏପରିକି ଇଡି ଛାଟ ବି ବାଜିପାରେ । ଶୁଣାଯାଉଛି, ବଡ଼ ଧରଣର ବଦଳି ହୋଇପାରେ । ଦିଲ୍ଲୀରେ ଡେପୁଟେସନରେ ଥିବା କିଛି ଅଫିସରଙ୍କୁ ପୁଣି ଓଡ଼ିଶା ଡାକରା ଯାଇପାରେ । କିଛି ଅବସରପ୍ରାପ୍ତ ଓଡ଼ିଆ ଅଫିସରଙ୍କୁ ବଡ଼ ଭୂମିକା ମିଳିପାରେ ନୂଆ ସରକାରରେ । ଆଇପିଏସ୍ ମହଲରେ କିଛି ଅଫିସରଙ୍କୁ ଆଗାମୀ ଦିନରେ ବଡ଼ ଭୂମିକା ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି