Masthead

କାଳ ସାଜିଲା ଜୁନ ୧୨

ଅହମଦାବାଦ (ବଡ଼ ଖବର ବ୍ୟୁରୋ): ବିମାନ ଯାତ୍ରୀଙ୍କ ପାଇଁ କାଳ ସାଜିଗଲା ଜୁନ୧୨ ତାରିଖ । ଗୁରୁବାର ଗୁଜୁରାଟରେ ଘଟିଗଲା ବଡ଼ ଅଘଟଣ । ଚାଲିଗଲା ଶହ ଶହ ଜୀବନ । ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଯାହା ଫଳରେ ବିମାନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଲଣ୍ଡନର ଗ୍ୟାଟୱିକ ବିମାନ ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

ଉଡିବାର ମାତ୍ର ୫ମିନିଟ ପରେ ଏହି ବିମାନଟି ଅହମ୍ମଦାବାଦର ମେଘାନୀ ଅଞ୍ଚଳରେ ଥିବା ବିଜେ ମେଡିକାଲ କଲେଜର ହଷ୍ଟେଲ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ସମୁଦାୟ୨୪୨ ଲୋକେ ଯାତ୍ରା କରୁଥିଲେ । ସେଥି ଧ୍ୟରୁ ୨୩୦ଯାତ୍ରୀ ଥିବାବେଳେ ୧୦ଜଣ କ୍ରୁ ମେମ୍ବର ଓ ଦୁଇ ଜଣ ପାଇଲଟ ଟ୍ରାଭେଲ କରୁଥିଲା । ୧୬୯ଜଣ ଭାରତୀୟ, ୫୩ଜଣ ବ୍ରିଟିଶ, ୭ପର୍ତ୍ତୁଗିଜ ଏବଂ ଜଣେ କାନାଡର ନାଗରିକ ବିମାନରେ ଥିଲେ ।

ବିମାନର ଗୋଟିଏ ଭାଗ ମେଡିକାଲ କଲେଜ ଉପରେ ପଡିଥିବାରୁ ବର୍ତ୍ତମାନ ସୁଦ୍ଧା ୫ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୬୧ଜଣ ଆହତ ହୋଇଛନ୍ତି । ୨୪୨ଜଣ ଯାତ୍ରୀମାନଙ୍କ ମଧ୍ୟରୁ ଏହାରି ଭିତରେ ୨୪୧ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରମେଶ ବିଶ୍ୱାସ କୁମାର ନାମକ ଜଣେ ଯାତ୍ରୀ ଏହି ଅଘଟଣରୁ ରକ୍ଷା ପାଇ ଯାଇଛନ୍ତି । ସେ ଏବେ ହସ୍ପିଟାଲରେ ଚିକିସôିତ ହେଉଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତ ବ୍ୟକ୍ତିଙ୍କୁ ଭେଟିଛନ୍ତି ।

 

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ