‘୧୧ଏ’ ସିଟ, ବଂଚିଯାଉଛି ଜୀବନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ବିମାନରେ ବସିଥିବା ୨୪୨ ମଧ୍ୟରୁ ଯାଇଛି ୨୪୧ ଜଣଙ୍କ ଜୀବନ । ହେଲେ ରମେଶ ବିଶ୍ୱାସ କୁମାର ବଂଚିଯାଇଛନ୍ତି । ରମେଶ ବସିଥିବା ସିଟ ନମ୍ବର ହେଉଛି ୧୧ଏ । ଏହି ସିଟ୍କୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ୨୭ ବର୍ଷ ପୂର୍ବେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା । ଜଣେ ଅଭିନେତା ତଥା ଗାୟକ ଏଥିରୁ ବଂଚିଯାଇଥିଲେ । ତାଙ୍କର ନାମ ହେଉଛି ରୁଆଙ୍ଗସାକ୍ ଲୋଇଚୁସାକ୍ ।

ସେ ମଧ୍ୟ ବସିଥିଲେ ସେହ ୧୧ଏ ସିଟରେ । ରମେଶ ଯେମିତି ଏବେ ବଂଚିଯାଇଛନ୍ତି ସେ ଅଭିନେତା ମଧ୍ୟ ସେତେବେଳେ ସେମିତି ବଂଚିଯାଇଥିଲେ । ୧୧ ଡିସେମ୍ବର ୧୯୯୮ରେ ହୋଇଥିଲା ଭୟଙ୍କର ବିମାନ ଦୁର୍ଘଟଣା । ଯେଉଁଥିରେ ୨୦ ବର୍ଷିୟ ରୁଆଙ୍ଗସାକ୍ ଲୋଇଚୁସାକ୍ ବର୍ତ୍ତିଯାଇଥିଲେ । ଥାଇ ଭାଷାରେ ଫେସବୁକରେ ପୋଷ୍ଟ କରିଛନ୍ତି । ରୁଆଙ୍ଗସାକ୍ କହିଛନ୍ତି ଯେ ଭାରତରେ ଏକ ବିମାନ ଦୁର୍ଘଟଣାରୁ ବଂଚିଯାଇଥିବା ବ୍ୟକ୍ତି ଜଣକ ମଧ୍ୟ ମୋ ପରି ସମାନ ୧୧ଏ ସିଟରେ ବସିଥିଲେ । ଏହାକୁ ସଂଯୋଗ କୁହାଯିବ ନା ଭଗବାନଙ୍କ ଆଶୀର୍ବାଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ