Masthead

ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା

କଟକ (ବଡ଼ ଖବର ବ୍ୟୁରୋ)  ପୋଲିସ ଧରି ପାରିଲେ ନାହିଁ, ପବ୍ଲିକ୍ ଧରି ପୋଲିସକୁ ଦେଲେ । ପିସିଆର୍ ନଜର ରୁ ଖସିଲା ପବ୍ଲିକ୍ ହାତରେ ଫସିଲା । ସକାଳେ ଘର ଚିହ୍ନଟ, ରାତିରେ ଚୋରୀ । ଦିନରେ ଘର ଖୋଜି ମାର୍କ କରାହେବ । ରାତି ହେଲେ ସେଇ ଘରୁ ଲୁଟ୍ ହେବ । କଟକ ରାଣୀହାଟ ଶଗଡ଼ିଆ ସାହି ଅଞ୍ଚଳରେ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ଏଭଳି  ଚୋରି ଉପଦ୍ରବ ମଚାଇଥିଲେ ଦୁଇ ଚୋର । ତେବେ ଆଜି ସକାଳ ସମୟରେ ଘର ଟେର୍ ପାଇଁ ଆସି ଫସିଗଲା ଚୋର ଜୟନ୍ତ । ଏବେବି ଫେରାର ଅଛି ସାଥି ମହେଶ ।

ଦୀର୍ଘ ଦୁଇ ମାସ ହେଲା ରାଣୀହାଟ ଶଗଡ଼ିଆ ସାହି ଅଞ୍ଚଳରେ ସାହି ବାସିନ୍ଦାଙ୍କ ନିଦ ହଜାଇ ଦେଇଥିଲେ ଏହି ଦୁଇ ଚୋର । ଆଉ ଆଜି ସ୍ଥାନୀୟ ଲୋକେ କାବୁ କରିବା ପରେ ମଙ୍ଗଳାବାଗ ଥାନାର ଜଣେ ଚୋରକୁ ଜିମା ଦେଇଛନ୍ତି । ତେବେ ଧରା ପଡ଼ିଥିବା ଚୋର ଜଣକର ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ସେ କଟକ ରାଣୀହାଟ୍ ତେଲି ସାହିରେ ଘର ଭଡ଼ା ନେଇ ରହୁଥିଲା । ଅନ୍ୟପଟେ ମଙ୍ଗଳାବାଗ ଥାନା ପୋଲିସକୁ ଉକ୍ତ ଚୋର ଦେଖାଇଛି କିଭଳି ରେକି କରି ପରେ ଆସି ଲୁଟ୍ କରନ୍ତି । ଦେଖିବାକୁ ବାକି ରହିଲା ପୋଲିସ କ’ଣ ପଦକ୍ଷେପ ଗ୍ରହଣ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା