ବିଜେଡିକୁ ଦରକାର ସଞ୍ଜୟ ଦାସବର୍ମା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଦରକାର ସଞ୍ଜୟ ଦାସବର୍ମା । ସଞ୍ଜୟଙ୍କୁ ହାଇକମାଣ୍ଡ ଦେଲେ ଗୁରୁଦାୟିତ୍ୱ । ବିଜେଡି କାର୍ଯ୍ୟାଳୟର ସାଧାରଣ ସଂପାଦକ ସହ ଏବେ ତାଙ୍କୁ ମିଳିଛି ଭଦ୍ରକର ପର୍ଯ୍ୟବେକ୍ଷକ ଭାର । ଦୀର୍ଘ ଦିନରେ ପାର୍ଟି କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ସଞ୍ଜୟଙ୍କୁ ଏଭଳି ପଦବୀ ପରେ କ’ର ରହିଛି ଗୁମର । ଅଲୋଡ଼ା ଥିଲେ ଆକ୍ଟିଭ ହେଲେ । ବିଜେଡିକୁ ଦରକାର ସଞ୍ଜୟ ଦାସବର୍ମା । ସଞ୍ଜୟଙ୍କୁ ହାଇକମାଣ୍ଡ ଦେଲେ ଗୁରୁଦାୟିତ୍ୱ । ବିଜେଡି କାର୍ଯ୍ୟାଳୟର ସାଧାରଣ ସଂପାଦକ ସହ ଏବେ ତାଙ୍କୁ ମିଳିଛି ଭଦ୍ରକର ପର୍ଯ୍ୟବେକ୍ଷକ ଭାର । ଦୀର୍ଘ ଦିନ ପରେ ଦଳ କାହିଁକି ସଞ୍ଜୟଙ୍କୁ ଖୋଜିଲା? ଏହା ପଛର କାରଣ କ’ଣ? ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ନ ଥିଲେ ତ ସଞ୍ଜୟ । ଚାର୍ଜକୁ ଆସୁ ଆସୁ ପାୱାରଲେସରୁ ପାୱାରଫୁଲ । ଲୋ ଭୋଲ୍ଟେଜରୁ ହାଇଭୋଲ୍ଟେଜ ବନିଲେ ସଞ୍ଜୟ ଦାସବର୍ମା। ମୁହଁ ଖୋଲି ପାୱାରଲେସ ହୋଇଥିବା କଥା କୁହାଯାଉଥିବ ବେଳେ ଏବେ ନୀରବତା ହିଁ ପୁଣି ବନାଇଦେଲା ସିକନ୍ଦର। ଏବେ ଫୁଲଦମରେ ସଞ୍ଜୟ । ପର୍ୟ୍ୟବେକ୍ଷପ ଦାୟିତ୍ଵ ମିଳୁ ମିଳୁ ଆକ୍ଟିଭ ମୁଡ଼ରେ ଦାସବର୍ମା। ଦଳରେ ଦିନେ କଣଠେସା ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ସୁପ୍ରିମୋ ଦେଖାଇଲେ ଅନୁକମ୍ପା, ଆଉ ତାପରେ ସଞ୍ଜୟ ବନିଗଲେ ଫୁଲ ପାୱାରଫୁଲ।

ବିଜେଡିର ସୁନା ପୁଅ ବନିଗଲେ ସଞ୍ଜୟ। ଭଦ୍ରକ ବିଜେଡି ପର୍ୟ୍ୟବେକ୍ଷକ ସଞ୍ଜୟଙ୍କୁ ଳିଛି ନୂଆ ଦାୟିତ୍ଵ। ନବୀନ ନିବାସରୁ ଗୁରୁଜ୍ଞାନ ନେଇ ରଣକ୍ଷେତ୍ରକୁ ମାରିଲେ ଲମ୍ବା ଲମ୍ଫ। ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ବନାଇଛନ୍ତି ରୋଡ ମ୍ୟାପ। ବିଳମ୍ବ ନ କରି ଦଳ ବଳ ଧରି ମଇଦାନକୁ ଓହ୍ଲାଇଲେ ସଞ୍ଜୟ ଦାସବର୍ମା । ବର୍ମାଙ୍କ ପାଇଁ ଏବେ ବାଟ ବେଶ ଅଙ୍କା ବଙ୍କା। ମାପି ଚୁପି ପକାଉଛନ୍ତି ପାଦ। ବିଜେଡି କାର୍ୟ୍ୟଳୟ ସାଧାରଣ ସଂପାଦକ ସହ ଏବେ ସଞ୍ଜୟଙ୍କ କାନ୍ଧରେ ଭଦ୍ରକ ଜିଲ୍ଲା ପର୍ୟ୍ୟବେକ୍ଷପ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ। ଜିଲ୍ଲାକୁ ଗସ୍ତ କରି ନେଉଛନ୍ତି ବିଜେଡି ସ୍ଥିତିର ରିପୋର୍ଟ। ନୂଆ ନୁହେଁ ପୁରୁଣା ଫର୍ମୁଲାରେ ଆରମ୍ଭ କଲେ ନୂଆ କାର୍ୟ୍ୟ। ବିଟ ଟୁ ବିଟ ଦେଖାଉଛନ୍ତି ନିଜର ପତିଆରା। ଭଦ୍ରକର ପୁରୁଖା ଠୁ ନେଇ ଯୁବପିଢୀ । ଅଲୋଡ଼ାଠୁ ଆରମ୍ଭ କରି ବିରୋଧୀ। ସଞ୍ଜୟଙ୍କ ଫର୍ମୁଲରେ ହେଲେଣି ଆକୃଷ୍ଟ। ସୁଯୋଗର ଫାଇଦା ନେଇ ନିଜର କ୍ଷମତା କେନ୍ଦ୍ରରେ କେନ୍ଦ୍ରୀଭୂତ ହେବାପାଇଁ ଦେଖାଇଲେ ଦମ୍। ରାଜ୍ୟକୁ ଲୁଟି ନେଉଥିବା କହି ଅଲୋଡ଼ା ପଡ଼ି ଥିବା ସଞ୍ଜୟଙ୍କୁ କାହିଁକି ବିଜେଡିର ଲୋଡା ପଡ଼ିଲା? ନା ଦାସବର୍ମା ପାଇଁ ଟେନସନରେ ଥିଲା ଦଳ। ପଛରେ ରହିଛି କି ଉଦ୍ଦେଶ୍ୟ। ତାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’