Masthead

ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ

ଗୁଇନ୍ଦାଗିରୀ କରି ଗିରଫ ହେଲେ ନୌସେନା କର୍ମଚାରୀ : ବିଶାଲ ଯାଦବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଭାରତକୁ ଧୋକା ଦେଲେ ଆଉ ଜଣେ ଭାରତୀୟ । ବିଶାଲ ଯାଦବ ସାଜିଲେ ବିଶ୍ୱାସଘାତକ । ନିଜ ଦେଶର ଗୁପ୍ତ ତଥ୍ୟକୁ ଚୋରୀ କରି ଶତ୍ରୁ ଦେଶକୁ କଲେ ସାହାଯ୍ୟ । ଜ୍ୟୋତି ମାଲହୋତ୍ରା କଥା ମନରୁ ଲିଭିନଥିବା ବେଳେ ଏବେ ଆଉ ଜଣେ ଗୁପ୍ତଚରଙ୍କ ତଥ୍ୟ ସାମ୍ମନାକୁ ଆସିଛି । ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହୋଇଛନ୍ତି ଆଉ ଜଣେ ଭାରତୀୟ ।

ନୌସେନା ମୁଖ୍ୟାଳୟର କର୍ମଚାରୀ ବିଶାଲ ଯାଦବ ଅପରେସନ୍ ସିନ୍ଦୂର ବେଳର ପ୍ରତିରକ୍ଷା ସୂଚନା ପାକିସ୍ତାନକୁ ଦେଉଥିଲେ । ଅଭିଯୁକ୍ତ ବିଶାଲ ଯାଦବ ହରିୟାଣାର ରେୱାଡିର ପୁନ୍ସିକା ଗାଁର ବାସିନ୍ଦା । ସେ ନୌସେନା ଭବନର ଡକୟାର୍ଡ ନିର୍ଦ୍ଦେଶ।ଳୟରେ ଉପର ଡିଭିଜନ କ୍ଲର୍କ ଭାବରେ କାମ କରୁଥିଲେ । ସେ ‘ପ୍ରିୟା ଶର୍ମା’ ନାମକ ଜଣେ ପାକିସ୍ତାନୀ ମହିଳା ହ୍ୟାଣ୍ଡଲରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ । ଯାହାଙ୍କ ସହ ଯାଦବ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଯୋଗାଯୋଗ କରୁଥିଲେ । ଗୁପ୍ତଚର ବିଶାଲ ଯାଦବ ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ନୌସେନା ସହିତ ଜଡିତ ସମ୍ବେଦନଶୀଳ ଏବଂ ରଣନୀତି ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲେ ।ଜୟପୁରର ତଦନ୍ତକାରୀ ସଂସ୍ଥାରୁ ଜଣାପଡିଛି ଯେ, ସେ ଅନଲାଇନ ଗେମ ଖେଳି ହାରି ଯିବା ପରେ ଆର୍ଥିକ ସ୍ତରରେ ଦୁବ ର୍ଳ ହୋଇ ପଡିଥିଲେ । ପରବର୍ତ୍ତୀ ସମୟରେ ଋଣ ପରିଶୋଧ କରିବାକୁ ଯାଇ ସାଜିଥିଲେ ଗୁପ୍ତଚର । ପାକିସ୍ତାନକୁ ପଠାଉଥିଲେ ଭାରତର ଗୋପନୀୟ ଡକ୍ୟୁମେଣ୍ଟ । କ୍ରିପ୍ଟୋକରେନ୍ସି ଏବଂ ପାରମ୍ପରିକ ବ୍ୟାଙ୍କିଂ ଚ୍ୟାନାଲ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଥିଲେ । ରାଜସ୍ଥାନ ସିଆଇଡ଼ି ଇଣ୍ଟେଲିଜେନ୍ସ ବୁଧବାର ବିଶାଲ ଯାଦବଙ୍କୁ ସରକାରୀ ଗୁପ୍ତଚର ଆଇନ , ୧୯୨୩ ଅନୁଯାୟୀ ଗୁପ୍ତଚରୀ ଅଭିଯୋଗରେ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା